Advertisment

ଆଗପଛ ହୋଇ ବାଇକ୍‌ରେ ଯାଉଥିଲେ, ଧକ୍କା ହୋଇଗଲେ; ୩ ମୃତ

ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ଗୁରୁତର ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଆଗପଛ ହୋଇ ଦୁଇଟି ବାଇକ୍‌ରେ ଯାଉଥିଲେ ୫ ସାଙ୍ଗ। ଘାଟି ରାସ୍ତାରେ ପିଟାପିଟ୍‌ ହୋଇଗଲେ। ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

Advertisment

ଶାଳଚୁଆ ଗାଁର ଗଜେନ୍ଦ୍ର ନାୟକ, ବିବିତ ନାୟକ, ଶୁଭ ନାୟକ ଓ ଅନ୍ୟ ଦୁଇ ଜଣ ସାଙ୍ଗ ଦୁଇଟି ବାଇକ୍‌ରେ ଆନନ୍ଦପୁର ବ୍ଲକ ବିରିଢ଼ିହି ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସେଠାରେ ବୁଲାବୁଲି ସାରି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘରକୁ ଫେରୁଥିଲେ। ତେବେ ଶାଳଚୁଆ ଘାଟିରେ ଦୁଇ ବାଇକ୍‌ ପଛକୁ ପଛ ପିଟି ହୋଇଯାଇଥିଲେ। ଫଳରେ ଘଟଣା ସ୍ଥଳରେ ଗଜେନ୍ଦ୍ର ନାୟକ, ବିବିତ ନାୟକ ଓ ଶୁଭ ନାୟକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ।

ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ଗୁରୁତର ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ଆନନ୍ଦପୁରରୁ ମୁନ୍ନା ସିଂ

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe