Advertisment

ଟାପୁକୁ କାଙ୍କଡ଼ ତୋଳିବାକୁ ଯାଇଥିଲେ, ଫେରିବା ବେଳେ ଭାସି ଗଲେ!

ଆନନ୍ଦପୁର (ମୁନା ସିଂ): ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ କାଠ ଓ କାଙ୍କଡ଼ ନେଇ ଫେରୁଥିବା ବେଳେ ଭାସି ଗଲେ ତିନି। ତେବେ ସେଥିମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଏବେବି ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଜଗବନ୍ଧୁ ନାୟକ। ସେହିପରି ନିଖୋଜ ଦୁଇ ବ୍ୟକ୍ତି ହେଲେ ମାୟା ନାୟକ ଓ ଖିର୍ଦ୍ଦା ନାୟକ। ଆଜି ସକାଳୁ କୁମୁଣିଆ ଗ୍ରାମର ଜଗବନ୍ଧୁ ନାଏକ ଏବଂ ତାଙ୍କର ୨ ସାଥି ନଦୀ […]

ଅଦ୍ୟତନ ହୋଇଛି
ଟାପୁକୁ କାଙ୍କଡ଼ ତୋଳିବାକୁ ଯାଇଥିଲେ, ଫେରିବା ବେଳେ ଭାସି ଗଲେ!

anandpur1

Advertisment

ଆନନ୍ଦପୁର (ମୁନା ସିଂ): ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ କାଠ ଓ କାଙ୍କଡ଼ ନେଇ ଫେରୁଥିବା ବେଳେ ଭାସି ଗଲେ ତିନି। ତେବେ ସେଥିମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଏବେବି ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଜଗବନ୍ଧୁ ନାୟକ। ସେହିପରି ନିଖୋଜ ଦୁଇ ବ୍ୟକ୍ତି ହେଲେ ମାୟା ନାୟକ ଓ ଖିର୍ଦ୍ଦା ନାୟକ।

Advertisment

ଆଜି ସକାଳୁ କୁମୁଣିଆ ଗ୍ରାମର ଜଗବନ୍ଧୁ ନାଏକ ଏବଂ ତାଙ୍କର ୨ ସାଥି ନଦୀ ମଝିରେ ଥିବା ଟାପୁକୁ କାଙ୍କଡ଼ ତୋଳିବାକୁ ଯାଇଥିଲେ। ତେବେ ସେଠାରୁ ତିନି ଜଣ ଯାକ ଏକ ଟ୍ୟୁବ୍ ସାହାଯ୍ୟରେ ବୈତରଣୀରେ ଫେରୁଥିଲେ। ଏହି ସମୟରେ ସେମାନେ ସାଥିରେ କାଠ ଆଣୁଥିବା ବେଳେ ଆନନ୍ଦପୁର ବ୍ୟାରେଜ ନିକଟରେ ଅସାବଧାନତା ଯୋଗୁଁ ପାଣିରେ ଭାସି ଯାଇଥିଲେ।

ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଭିଡ଼ ହୋଇଥିଲା। ଆନନ୍ଦପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲା। ପାଖାପାଖି ଦୁଇ ଘଣ୍ଟା ପରେ ଜଗବନ୍ଧୁ ନାୟକଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ।

Advertisment

ଉଦ୍ଧାର ପରେ ଜବବନ୍ଧୁଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଅନ୍ୟ ୨ ଜଣ ଭାସି ଯାଇଥିବା ଜଗବନ୍ଧୁ ନାଏକ କହିଥିବା ବେଳେ ତଦନ୍ତ କରିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe