Advertisment

ଜଙ୍ଗଲ ରାସ୍ତା ଦେଇ କାମକୁ ଯାଉଥିଲେ, ଦନ୍ତା ଆକ୍ରମଣରେ ୩ ଆହତ

ସେମାନେ ଆଜି ଭୋର ସମୟରେ ଗୋପୀନାଥପୁର ଗ୍ରାମରେ ଥିବା କେନ୍ଦୁପତ୍ର ଫଡିକୁ କେନ୍ଦୁପତ୍ର ବାନ୍ଧିବାକୁ ଜଙ୍ଗଲ ରାସ୍ତା ଦେଇଯାଉଥିଲେ।

injured

injured

Advertisment

ଜଙ୍ଗଲ ରାସ୍ତା ଦେଇ କାମ କରିବାକୁ ଯାଉଥିଲେ। ଦନ୍ତା ହାତୀ ହାବୁଡ଼ରେ ପଡ଼ିଗଲେ। ହାତୀ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାରୁ ୩ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ପୁରୁଷୋତ୍ତମପୁର ଜଙ୍ଗଲରେ ଆଜି ଏହି ଘଟଣା ଘଟିଛି। ସେମାନଙ୍କୁ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Advertisment

ଆହତମାନେ ପୁରୁଷୋତ୍ତମପୁର ନିକଟ କୁଣ୍ଢେଇହତା ଗ୍ରାମର ହେମନ୍ତ ସେଠୀ, ଦିତିକୃଷ୍ଣ ଦେହୁରୀ, ଗୋପୀନାଥ ମହାନ୍ତ। ସେମାନେ ଆଜି ଭୋର ସମୟରେ ଗୋପୀନାଥପୁର ଗ୍ରାମରେ ଥିବା କେନ୍ଦୁପତ୍ର ଫଡିକୁ କେନ୍ଦୁପତ୍ର ବାନ୍ଧିବାକୁ ଜଙ୍ଗଲ ରାସ୍ତା ଦେଇଯାଉଥିଲେ।

ସେମାନଙ୍କୁ ଦେଖି ଜଙ୍ଗଲରେ ବୁଲୁଥିବା ଏକ ଦନ୍ତା ଗୋଡ଼ାଇଥିଲା। ହାତୀ ସେମାନଙ୍କୁ ଦଳିଦେବାକୁ ଚେଷ୍ଟା କରିଥିଲା। ହେଲେ ସୌଭାଗ୍ୟକୁ ସେମାନେ ଦୌଡ଼ି ଦୌଡ଼ି ନିକଟସ୍ଥ ଗାଁରେ ପହଞ୍ଚି ଯାଇଥିଲେ। ଗାଁ ଲୋକେ ହାତୀକୁ ଘଉଡ଼ାଇବା ସହ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଜଙ୍ଗଲ ରାସ୍ତାରେ ପଡ଼ି ଉଠି ଦୌଡ଼ିବା ଯୋଗୁ ସେମାନଙ୍କ ଦେହ ହାତ ଖଣ୍ଡିଆଖାବରା ହୋଇଯାଇଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଆମ୍ବୁଲାନ୍ସକୁ ଯୋଗେ ଡାକ୍ତରଖାନାର ଆଣି ଚିକିତ୍ସା କରୁଛନ୍ତି।

Advertisment
injuredଅନ୍ୟ ଦୁଇ ଆହତ

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Elephant Attack Kendujhar Escape Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe