Advertisment

ରାଜନୈତିକ ଆକ୍ରୋଶକୁ ଖଣ୍ଡନ କଲେ ଏସପି, ବନ୍ଧା ହେଲେ ୫

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ପାଞ୍ଚ ଜଣ ଗିରଫ ହୋଇଛନ୍ତି। କେନ୍ଦୁଝର ଟାଉନ୍ ଥାନା ପୁଲିସ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ତେବେ ବିଧାୟକଙ୍କ ଉପରକୁ ରାଜନୈତିକ ନୁହେଁ ବରଂ ଆର୍ଥିକ କାରବାର ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ପୁଲିସ କହିଛି। ଗିରଫ ମାନେ ହେଲେ ପ୍ରତାପ ରାଉତ, ଯିଏକି ମୁଖ୍ୟ ଅଭିଯୁକ୍ତ। ଆଉ ଚାରିଜଣ ହେଲେ ବିଦ୍ୟାଧର ପରିଡା, […]

ରାଜନୈତିକ ଆକ୍ରୋଶକୁ ଖଣ୍ଡନ କଲେ ଏସପି, ବନ୍ଧା ହେଲେ ୫

mohan-majhi

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ପାଞ୍ଚ ଜଣ ଗିରଫ ହୋଇଛନ୍ତି। କେନ୍ଦୁଝର ଟାଉନ୍ ଥାନା ପୁଲିସ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ତେବେ ବିଧାୟକଙ୍କ ଉପରକୁ ରାଜନୈତିକ ନୁହେଁ ବରଂ ଆର୍ଥିକ କାରବାର ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ପୁଲିସ କହିଛି। ଗିରଫ ମାନେ ହେଲେ ପ୍ରତାପ ରାଉତ, ଯିଏକି ମୁଖ୍ୟ ଅଭିଯୁକ୍ତ। ଆଉ ଚାରିଜଣ ହେଲେ ବିଦ୍ୟାଧର ପରିଡା, ମନମୋହନ ଦାସ(ମୁନା), ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖ। ଏମାନଙ୍କ ଠାରୁ ୪ଟି ମୋବାଇଲ ଦୁଇଟି ବାଇକ ଓ ଦୁଇଟି ଅଫୁଟା ବୋମା ଜବତ କରିଛି ପୁଲିସ।

Advertisment

ଘଟଣାର ପୃଷ୍ଠଭୂମି ଅନୁସାରେ ଅକ୍ଟୋବର ୧୦ ତାରିଖ ରବିବାର ଦିନ ସଦର ବିଧାୟକ ମୋହନ ମାଝୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ମଣ୍ଡୁଆ ଆରଡେଇ ପୋଲ ନିକଟରେ ତାଙ୍କ ଗାଡି ଉପରକୁ ବୋମାମାଡ ହୋଇଥିଲା। ବୋମାମାଡ଼ରେ ବିଧାୟକ ଏବଂ ଗାଡ଼ିରେ ଥିବା ସୁରକ୍ଷା କର୍ମୀ ସମେତ ଅନ୍ୟମାନେ ସୁରକ୍ଷିତ ଥିଲେ। ଏବାବଦରେ ବିଧାୟକ ଟାଉନ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ଟାଉନ ପୁଲିସ କେସ୍ ନମ୍ବର 391 ତା-10/10/2021 ଦଫା 307/34 ଆଇ ପି ସି/3 ଆଣ୍ଡ 4, ଇ ଆଣ୍ଡ ଏସ ଆକ୍ଟ/25 ଆର୍ମସ ଆକ୍ଟ ଅନୁସାରେ ମାମଲା ରୁଜୁ କରିଥିଲା। ପରେ ପୁଲିସ ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏବଂ ପୁଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କର ସିସିଟିଭି ଫୁଟେଜ୍ ଜାରି କରାଯାଇଥିଲା।

Advertisment

ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ପରେ ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଗାନ୍ଧି ଛକରେ ହୋଇଥିବା ରାସ୍ତା ରୋକରେ ବିଜେପିର ୯ ଜଣ ବିଧାୟକ ସାମିଲ ହୋଇ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ଏହି ଘଟଣାକୁ ନେଇ ବିଜେଡି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିବା ସହ ଏଥିରେ ଜଣେ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ସତ୍ୟ ଉନ୍ମୋଚନ ପାଇଁ ବିଜେଡି ମଧ୍ୟ ଦାବି ରଖିଥିଲା।

ଗତକାଲି ପଶ୍ଚିମାଞ୍ଚଳ ଡ଼ିଆଇଜି ଜୟନାରାୟଣ ପଙ୍କଜ ବୋମାମାଡ଼ ସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରିଥିଲେ। ଶେଷରେ ଆଜି କେନ୍ଦୁଝର ପୁଲିସ ଘଟଣାର ପର୍ଦ୍ଦାଫାସ କରିଛି। ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe