Advertisment

ଝଡ଼ ବର୍ଷାରେ 5T ସ୍କୁଲର ଛପର ଉଡିଗଲା

୫-ଟିରେ ରୂପାନ୍ତରିତ ହଇଥିବା ଗଜାପଥର ସରକାରୀ ଉଚ୍ଚ ବିଦ୍ୟାଳୟ ଟିଣ ଛପର ଉଡି ଯାଇଛି। ବିଦ୍ୟାଳୟ ଛୁଟି ଥିବାରୁ ଏକ ବଡ଼ ଧରଣ ଦୁର୍ଘଟଣାରୁ ପିଲାମାନେ ବର୍ତ୍ତି ଯାଇଛନ୍ତି।

Keonjhar

Keonjhar

Advertisment

ଝଡ଼ବର୍ଷାରେ 5T ସ୍କୁଲର ଟିଣ ଛାପର ଉଡିଗଲା। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ। ଛପର ଉଡି ଯାଇଥିବାରୁ ଆଜି ପିଲାମାନେ ଶ୍ରେଣୀ ଗୃହରେ ବସି ପାଠ ପଢ଼ି ପାରି ନାହାନ୍ତି। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ଅଭିଯୋଗ ହୋଇଛି।

Advertisment

କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍ ଦାମାହୁଦା ପଞ୍ଚାୟତ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ ଓ କୁଆ ପଥର ମାଡ଼ ହୋଇଥିଲା। ଏଥିରେ ୫-ଟିରେ ରୂପାନ୍ତରିତ ହଇଥିବା ଗଜାପଥର ସରକାରୀ ଉଚ୍ଚ ବିଦ୍ୟାଳୟ ଟିଣ ଛପର ଉଡି ଯାଇଛି। ବିଦ୍ୟାଳୟ ଛୁଟି ଥିବାରୁ ଏକ ବଡ଼ ଧରଣ ଦୁର୍ଘଟଣାରୁ ପିଲାମାନେ ବର୍ତ୍ତି ଯାଇଛନ୍ତି। ହେଲେ ବର୍ଷାରେ ଶ୍ରେଣୀଗୃହରେ ଥିବା ଆସବାବ ପତ୍ର ନଷ୍ଟ ହୋଇଯାଇଛି।

ଆଜି ମଧ୍ୟ ଶ୍ରେଣୀ ଗୃହରେ ପାଣି ଜମି ରହିଛି। ପିଲାମାନେ ସ୍କୁଲ ଆସି ପାଠ ପଢ଼ିନପାରି ନାନା ସମସ୍ୟା ସମ୍ମୁଖୀନ ହୋଇଛନ୍ତି। ନିମ୍ନମାନର କାମ ଯୋଗୁ ଟିଣ ଛପର ଉଡ଼ି ଯାଇଥିବା ଅଭିଯୋଗ ହୋଇଛି। ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେୀଣ ଯାଏ ୩୩୮ ଜଣ ବିଦ୍ୟାର୍ଥୀ ଶିକ୍ଷା ଲାଭ କରୁଛନ୍ତି। ଖୁବ୍‌ଶୀଘ୍ର ସ୍କୁଲକୁ ମରାମତି କରିବାକୁ ପ୍ରଧାନ ଶିକ୍ଷକ ଅନୁରୋଧ କରିଛନ୍ତି।

Advertisment

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe