Advertisment

ମେଡ଼ିକାଲ୍‌ରେ ପିଲା ଜନ୍ମକଲେ ନବମ ଶ୍ରେଣୀ ଛାତ୍ରୀ

ଅସୁସ୍ଥ ହେବାରୁ ଝିଅକୁ ମେଡ଼ିକାଲ୍‌ ଆଣିଥିଲେ ପରିବାର ଲୋକ। ଡାକ୍ତର ଯାଞ୍ଚ କରିବାରୁ ଗର୍ଭବତୀ ବୋଲି ଜଣାପଡ଼ିଲା।

Child

Child

Advertisment

ମେଡ଼ିକାଲ୍‌ରେ ପିଲା ଜନ୍ମକଲେ ନବମ ଶ୍ରେଣୀ ଛାତ୍ରୀ। ଏପରି ଖବର ଆସିଛି କେନ୍ଦୁଝର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Advertisment

କେନ୍ଦୁଝର ସଦର ଥାନା ଅଞ୍ଚଳର ଜଣେ ୧୫ ବର୍ଷୀୟା ଝିଅ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଆଶ୍ରମ ସ୍କୁଲରେ ନବମ ଶ୍ରେଣୀରେ ପୁଢ଼ୁଥିଲେ। ମକର ଛୁଟିରେ ସେ ଘରକୁ ଯାଇଥିଲେ। ଘରେ ପହଞ୍ଚିବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ।

ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଗର୍ଭବତି ହୋଇଥିବା ଜାଣିବାକୁ ପାଇଥିଲେ ଡାକ୍ତର। ଏକଥା ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇ ଯାଇଥିଲା। ନବମ ଶ୍ରେଣୀରେ ପଢ଼ୁଥିବା ଝିଅକୁ କିଏ ଗର୍ଭବତୀ କଲା? ଏହାକୁ ନେଇ ପରିବାର ଲୋକ ଚିନ୍ତିତ ଥିବା ବେଳେ ଝିଅର ଗର୍ଭ ଯନ୍ତ୍ରଣା ବଢ଼ି ଯାଇଥିଲା। ଡାକ୍ତରଙ୍କ ଚିକିତ୍ସା ପରେ ଛାତ୍ରୀ ଜଣକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

Advertisment

ଜନ୍ମ ପରେ ନବଜାତ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତାଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ଜଣେ ଯୁବକକୁ ଅଟକ ରଖିଛି। ଅଟକ ଯୁବକ ପୀଡ଼ିତାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Odisha Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe