Advertisment

ଡ୍ୟୁଟି କରିବାକୁ ଯାଇ ଘରୁ ଫେରିଲେନି, ମିଳିଲା ଗୁଳିବିଦ୍ଧ ମୃତଦେହ

ଦୁଃଶାସନ ଗତକାଲି ସକାଳେ ଘରୁ ଅଫିସ ଯାଇଥିଲେ। ମାତ୍ର ସନ୍ଧ୍ୟାରେ ଆଉ ଘରକୁ ଫେରି ନ ଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Investigation

Investigation

ଗତକାଲି ଡ୍ୟୁଟି କରିବାକୁ ଘରୁ ବାହାରିଥିବା ବ୍ୟକ୍ତି ଆଉ ଘରକୁ ଫେରିଲେନି। ଆଜି ସକାଳୁ ମିଳିଲା ତାଙ୍କ ଗୁଳିବିଦ୍ଧ ମୃତଦେହ। ଗୁଳିଟି ମୃତକଙ୍କ ମୁଣ୍ଡରେ ବାଜିଥିବା ବେଳେ ପାରିବାରିକ ଶତ୍ରୁତାରୁ ଏପରି କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଜଣକ ହେଲେ କେନ୍ଦୁଝର ଜିଲ୍ଲା ବଡ଼ବିଲର OMDC(ଓଡ଼ିଶା ମାଇନିଂ ଡେଭଲପମେଣ୍ଟ କର୍ପୋରେସନ) ର କର୍ମଚାରୀ ଦୁଃଶାସନ ବାରିକ । ତାଙ୍କ ଘର ଦଲକି ବସ୍ତିରେ ବୋଲି ଜଣାଯାଇଛି।

Advertisment

ଦୁଃଶାସନ ଗତକାଲି ସକାଳେ ଘରୁ ଅଫିସ ଯାଇଥିଲେ। ମାତ୍ର ସନ୍ଧ୍ୟାରେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳେ ଦାମୁ ହଟିଂ ପାଖରେ ଏକ ମୃତଦେହ ପଡ଼ିଥିବା ଖବର ପାଇଥିଲେ। ସେଠାରେ ପହଞ୍ଚି ତାହା ବାପାଙ୍କ ମୃତଦେହ ବୋଲି ତାଙ୍କ ପୁଅ ଚିହ୍ନଟ କରିଥିଲେ।

ଦୁଃଶାସନଙ୍କ ମୁଣ୍ଡକୁ ଅତି ନିକଟରୁ ଗୁଳି କରାଯାଇଥିବା ଜଣାଯାଇଛି । ମୃତଦେହ ନିକଟରେ ୨ ଟି ୯ ଏମ୍ ଏମ୍ ଗୁଳି ପଡ଼ିଥିବା ବେଳେ, ୩ଟି ଖାଲି ମଦ ବୋତଲ ପଡ଼ିଥିଲା। ସେହିପରି ପ୍ରାୟ ଦେଢ଼ ଶହ ମିଟର ଦୂରରେ ମୃତ ଦୁଃଶାସନଙ୍କ ବାଇକ୍ ଥିବା ଦେଖିବାକୁ ମିଳିଥିଲା ।

Advertisment

ଖବର ପାଇ ପୁଲିସ୍‌ ଓ ସାଇଣ୍ଟିଫକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି । ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିନି।

Keonjhar Police Deadbody Firing