Advertisment

୪ ଦିନ ହେଲା ନିଖୋଜା ଥିଲା ପୁଅ, ଶେଷରେ ମିଳିଲା ମୃତଦେହ

ଗତ ୯ ତାରିଖରେ ହଠାତ ଫକୀର କେଉଁ ଆଡ଼େ ନିଖୋଜ ହୋଇଯାଇଥିଲା। ବହୁ ଖୋଜା ଖୋଜି କରି ସନ୍ଧାନ ନ ମିଳିବାରୁ ପରିବାର ଲୋକେ କାଞ୍ଜିପାଣି ଥାନାରେ ଅଭିଯୋଗ କରିଥିଲେ ।

undefined

Minor Boy

Advertisment

୪ ଦିନ ହେଲା ନିଖୋଜା ଥିଲା ପୁଅ। ପରିବାର ଲୋକେ ଖୋଜି ଖୋଜି ନୟାନ୍ତ ହେବା ପରେ ଶେଷରେ ପାଇଲେ ପୁଅର କ୍ଷତବିକ୍ଷତ ମୃତଦେହ। ଏହା ଦେଖି ପରିବାର ଲୋକେ ମୁଣ୍ଡ ପିଟି କାନ୍ଦୁଥିବା ବେଳେ ହତ୍ୟା ପଛର କାରଣ ସ୍ପଷ୍ଟ ହୋଇନି। ଏପରି ଏକ ଲୋମଟାଙ୍କୁରା ଘଟଣା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ କରଙ୍ଗାଡିହ ଗାଁ ନିକଟରେ ଘଟିଛି। ମୃତ ନାବାଳକ ହେଲେ କରଙ୍ଗାଡିହ ଗ୍ରାମର ରଙ୍ଗା ମହାକୁଡ଼ଙ୍କ ୮ ବର୍ଷ ର ପୁଅ ଫକୀର ମହାକୁଡ଼ ।

Advertisment

ଗତ ୯ ତାରିଖରେ ହଠାତ ଫକୀର କେଉଁ ଆଡ଼େ ନିଖୋଜ ହୋଇଯାଇଥିଲା। ବହୁ ଖୋଜା ଖୋଜି କରି ସନ୍ଧାନ ନ ମିଳିବାରୁ ପରିବାର ଲୋକେ କାଞ୍ଜିପାଣି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ବି କିଛି ସନ୍ଧାନ ପାଇ ପାରି ନ ଥିଲା।

ଗତକାଲି ଫକୀରଙ୍କ ମୃତଦେହ ଗାଁଠୁ ପ୍ରାୟ ଏକ କିମି ଦୂର ଏକ ଜମିମାଳରେ ପଡ଼ିଥିବା ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ସେମାନେ ସେଠାରେ ପୁଅର ଶବକୁ ଚିହ୍ନଟ କରିଥିଲେ।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ କେନ୍ଦୁଝରକୁ ପଠାଇ ତଦନ୍ତ ଜାରି ରଖିଛି। ତେବେ ମୃତ୍ୟୁର ରଣ ଅସ୍ପଷ୍ଟ ରହିଛି । କ’ଣ ପାଇଁ ଜଣେ ନାବାଳକଙ୍କୁ ହତ୍ୟା କରାଗଲା ତାହା ସ୍ପଷ୍ଟ ହୋଇନି।

Keonjhar Police Missing Child Minor Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe