Advertisment

ସଉତୁଣୀର ତଣ୍ଟିଚିପି ହତ୍ୟା କଲେ ମହିଳା

ପୁଲିସ ମୁନିଙ୍କୁ ଗିରଫ କରିଛି । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅଦ୍ୟତନ ହୋଇଛି
Medical

Medical

Advertisment

ପାରିବାରିକ କଳହର କରୁଣ ପରିଣତି। ଗାଧୋଇବାକୁ ଡାକି ନେଇ ସଉତୁଣୀର ତଣ୍ଟିଚିପି ଜଣେ ମହିଳା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନଇଗାଁରେ। ମୃତ ମହିଳା ଜଣଙ୍କ ହେଲେ ଆଶା ମୁଣ୍ଡା। 

Advertisment

ନଇଗାଁର ଆକାଶ ମୁଣ୍ଡା ପ୍ରଥମ ପତ୍ନୀ ଥିବା ସ୍ୱତ୍ତେ ସେ ଦ୍ୱିତୀୟ ବିବାହ କରିଥିଲେ। ଦୁଇ ପତ୍ନୀଙ୍କ ସହ ସେ ଗୋଟିଏ ଛାତ ତଳେ ରହୁଥିଲେ। ହେଲେ ଆକାଶଙ୍କର ପ୍ରଥମ ପତ୍ନୀ ମୁନିଙ୍କ ସହ ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ପଡ଼ୁ ନଥିଲା।। ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିଲା। ଗତକାଲି ମୁନି ଆଶାଙ୍କୁ ନଦୀ ଘାଟକୁ ଗାଧୋଇବାକୁ ଡାକି ନେଇଥିଲେ। ସେଠାରେ ଥିବା ଏକ ବୂଦା ମୂଳରେ ଆଶାଙ୍କ ତଣ୍ଟି ଚିପି ଆଶାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି।

ମୁନି ଘରକୁ ଫେରି ଆସିଥିବା ବେଳେ ଆଶା ଘରକୁ ଆସିବା ବିଳମ୍ବ ହୋଇଥିଲା। ଏନେଇ  ଆକାଶ ଆଶାଙ୍କୁ ଖୋଜାଖୋଜି କରିଥିଲେ। ନଦୀ କୂଳରେ ଥିବା ଏକ ବୂଦା ମୂଳରେ ଆଶାର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଆକାଶ ତାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆଶାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୁନିଙ୍କୁ ଗିରଫ କରିଥିବା ବେଳେ ଆକାଶଙ୍କୁ ପଚରାଉଚରା କରୁଛି। ଏହାସହ  ଘଟଣାର ତଦନ୍ତ କରୁଛି।

Advertisment
Murder Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe