Advertisment

ଗୁହାରି କରି ଶୁଣିଲେନି, ବ୍ୟବସ୍ଥା ବିରୋଧରେ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇଲେ ଦେବଶ୍ରୀ

କେନ୍ଦୁଝର (ପ୍ରଣୟ କୁମାର ପାଣି): ସରପଂଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖରେ ବର୍ଷ ବର୍ଷ ଧରି ତାଙ୍କ ଶଶୁର ଓ ସେ ଗୁହାରୀ କରି ଘର ଖଣ୍ଡେ ମାଗିଥିଲେ। ହେଲେ ନା ସରପଞ୍ଚ ତାଙ୍କ କଥା ଶୁଣିଲା ନା ବ୍ଲକ ନା ଜିଲ୍ଲା ପ୍ରଶାସନ। ଏହାରି ଭିତରେ ୧୦ ବର୍ଷ ବିତିଗଲା ସିନା ତାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମିଳି ପାରିଲା ନାହିଁ। ଏଇ ଘର ଖଣ୍ଡେ ପରିବାରକୁ ନ ମିଳିବାରୁ ଆଜି ସେ […]

ଅଦ୍ୟତନ ହୋଇଛି
ଗୁହାରି କରି ଶୁଣିଲେନି, ବ୍ୟବସ୍ଥା ବିରୋଧରେ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇଲେ ଦେବଶ୍ରୀ

keonjhar

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): ସରପଂଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖରେ ବର୍ଷ ବର୍ଷ ଧରି ତାଙ୍କ ଶଶୁର ଓ ସେ ଗୁହାରୀ କରି ଘର ଖଣ୍ଡେ ମାଗିଥିଲେ। ହେଲେ ନା ସରପଞ୍ଚ ତାଙ୍କ କଥା ଶୁଣିଲା ନା ବ୍ଲକ ନା ଜିଲ୍ଲା ପ୍ରଶାସନ। ଏହାରି ଭିତରେ ୧୦ ବର୍ଷ ବିତିଗଲା ସିନା ତାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମିଳି ପାରିଲା ନାହିଁ। ଏଇ ଘର ଖଣ୍ଡେ ପରିବାରକୁ ନ ମିଳିବାରୁ ଆଜି ସେ ନିଜେ ସରପଞ୍ଚ ହୋଇ ଅନ୍ୟମାନଙ୍କୁ ଘର ବାଣ୍ଟିବାକୁ ଇଚ୍ଛା କରିଛନ୍ତି। ସେ ହେଉଛନ୍ତି କେନ୍ଦୁଝର ସଦର ବ୍ଲକ ପଦ୍ମପୁର ପଂଚାୟତର ଦେବଶ୍ରୀ ନାଏକ।

Advertisment

କେନ୍ଦୁଝର ସଦର ବ୍ଲକ ପଦ୍ମପୁର ଗ୍ରାମରେ ରୁହନ୍ତି ଦେବଶ୍ରୀ ନାଏକ। ସ୍ୱାମୀ ରମାକାନ୍ତ ପାତ୍ର, ଶ୍ୱଶୁର ଈଶ୍ୱରୀ ପାତ୍ର, ଶାଶୁ ଯାତ୍ରୀ ପାତ୍ରଙ୍କ ସମେତ ଦୁଇ ଝିଅଙ୍କୁ ନେଇ ପରିବାର। ସ୍ୱାମୀ ଗାଁ ଛକରେ ଅଟୋ ଚଳାଇ ପରିବାର ପୋଷନ୍ତି। ମାତ୍ର ଅଟୋ ଚଳାଇ ଯେତିକି ରୋଜଗାର କରନ୍ତି, ସେତିକିରେ ପରିବାର ଚଳେ ନାହିଁ। ସେଥିରେ ପୁଣି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ତୋଳିବା କଷ୍ଟ କର।

ତେବେ ସମସ୍ତଙ୍କୁ ଗୁହାରି ସତ୍ତ୍ୱେ ଦେବଶ୍ରୀଙ୍କୁ ଘର ମିଳିଲା ନାହିଁ। ଘରଟିଏ ନ ପାଇବାରୁ ସେ ଚଳିତ ପଞ୍ଚାୟତ ନିର୍ବାଚନରେ ନିଜେ ସରପଞ୍ଚ ହୋଇ ଘର ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତିକୁ ମଧ୍ୟ ଗ୍ରାମର ସମସ୍ତ ଗରିବ ହିତାଧିକାରୀ ସମର୍ଥନ ଜଣାଇଥିଲେ। ନିଜ ସ୍ୱାମୀଙ୍କ ପରାମର୍ଶ କ୍ରମେ ସେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ତାଙ୍କୁ ମାଛ ଚିହ୍ନ ମିଳିଛି। ଚିହ୍ନକୁ ନେଇ ଗାଁରେ ସାହି ସାହି ବୁଲି ପ୍ରଚାର ଆରମ୍ଭ କରିଛନ୍ତି।

Advertisment

ଦେବଶ୍ରୀଙ୍କ କହିବା କଥା ହେଉଛି, ମୋ ମୁଣ୍ଡ ଉପରେ ଛାତ ଖଣ୍ଡେ ନାହିଁ। ମୋ ଶ୍ୱଶୁର ୧୦ ବର୍ଷ ହେଲ ଘର ଖଣ୍ଡେ ପାଇଲେ ନାହିଁ। ଆମେ ବି ଘର ପାଇବା ପାଇଁ ଲଢ଼େଇ ଜାରି ରଖିଥିଲୁ। ଘର ଖଣ୍ଡେ ପାଇଁ ଆମେ ସରପଞ୍ଚ, ବିଡିଓ, ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲୁ। ହେଲେ ସେମାନେ ଆମ କଥା ଶୁଣିଲେ ନାହିଁ। ତେଣୁ ମୁଁ ଚାହୁଁଛି ମୋ ଭଳି ଗରିବ ଶ୍ରେଣୀର ଲୋକ ଏଠାରେ ଘର ଖଣ୍ଡେ ପାଇଁ ବାର ଦୁଆର ନ ହୁଅନ୍ତୁ। ଆମ ପଞ୍ଚାୟତରେ କିଛି ଲୋକେ ଟ୍ରଲି କିମ୍ବା ବାରଣ୍ଡାରେ ପାଲ୍ ଟାଣି ଶୋଉଛନ୍ତି। ଏପରିକି ରାସ୍ତାଘାଟ କି ପାଣିର ସୁବିଧା ନାହିଁ। ତେଣୁ ଲୋକଙ୍କର ଏଭଳି ଦୁର୍ଦ୍ଦଶା ଦେଖି ମୁଁ ସରପଞ୍ଚ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଲି। ବିଜୟୀ ହେଲେ ସମସ୍ତଙ୍କୁ ଘର ଯୋଗାଦେଇବା ମୋର ପ୍ରାଥମିକତା ହେବ ବୋଲି ଦେବଶ୍ରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe