Advertisment

ଗାଁ ଲୋକ ମାଗିଲେ ଦେଢ଼ ଲକ୍ଷ! ମାଜିଷ୍ଟ୍ରେଟ୍, ପୁଲିସ୍‌ଙ୍କ ଉପସ୍ଥିତିରେ ଉଠିଲା ମୃତଦେହ

କେନ୍ଦୁଝର(ପ୍ରଣୟ ପାଣି): ସାମାଜିକ ବାସନ୍ଦ କାରଣରୁ ଉଠି ପାରିଲାନି ଶବ। ମଧ୍ୟାହ୍ନ ୧୨ଟାରୁ ମୃତ୍ୟୁ ହୋଇଥିଲେ ବି ରାତି ୮ଟା ପର୍ଯ୍ୟନ୍ତ ଶବ ଉଠି ପାରିଲା ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟସ୍ଥିତ ଧୋବାଡିହା ଗ୍ରାମରେ। ମୃତକ ଜଣକ ହେଉଛନ୍ତି କେନ୍ଦୁଝର ସହର ଧୋବାଡିହା ଗାଁ’ର ୮୨ ବର୍ଷୀୟ ଯଦୁମଣୀ ମୁର୍ମୁ। ଜମିଜମା ବିବାଦ ପାଇଁ ୨୦୧୨ ମସିହାରୁ ତାଙ୍କ ପରିବାରକୁ ଗାଁ ଲୋକେ ବାସନ୍ଦ କରିଥିଲେ। ଯେଉଁକାରଣରୁ କୌଣସି ପୂଜା […]

author-image
Ranjit Kumar Jena
ଗାଁ ଲୋକ ମାଗିଲେ ଦେଢ଼ ଲକ୍ଷ! ମାଜିଷ୍ଟ୍ରେଟ୍, ପୁଲିସ୍‌ଙ୍କ ଉପସ୍ଥିତିରେ ଉଠିଲା ମୃତଦେହ

keonjhar

କେନ୍ଦୁଝର(ପ୍ରଣୟ ପାଣି): ସାମାଜିକ ବାସନ୍ଦ କାରଣରୁ ଉଠି ପାରିଲାନି ଶବ। ମଧ୍ୟାହ୍ନ ୧୨ଟାରୁ ମୃତ୍ୟୁ ହୋଇଥିଲେ ବି ରାତି ୮ଟା ପର୍ଯ୍ୟନ୍ତ ଶବ ଉଠି ପାରିଲା ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟସ୍ଥିତ ଧୋବାଡିହା ଗ୍ରାମରେ। ମୃତକ ଜଣକ ହେଉଛନ୍ତି କେନ୍ଦୁଝର ସହର ଧୋବାଡିହା ଗାଁ'ର ୮୨ ବର୍ଷୀୟ ଯଦୁମଣୀ ମୁର୍ମୁ।

Advertisment

ଜମିଜମା ବିବାଦ ପାଇଁ ୨୦୧୨ ମସିହାରୁ ତାଙ୍କ ପରିବାରକୁ ଗାଁ ଲୋକେ ବାସନ୍ଦ କରିଥିଲେ। ଯେଉଁକାରଣରୁ କୌଣସି ପୂଜା ପର୍ବରେ ବି ତାଙ୍କ ଘରକୁ କେହି ଆସନ୍ତି ନାହିଁ କି ତାଙ୍କୁ କେହି ଡାକନ୍ତି ନାହିଁ। ତେବେ ବୃଦ୍ଧାବସ୍ଥା କାରଣରୁ ଯଦୁମଣୀଙ୍କର ଆଜି ମଧ୍ୟାହ୍ନ ୧୨ଟାରେ ମୃତ୍ୟୁ ହୋଇ ଯାଇଥିଲା। ହେଲେ ଗାଁ ଲୋକେ ମୃତଦେହ ଉଠାଇବାକୁ ଦେଇ ନଥିଲେ।

ଦେଢ଼ ଲକ୍ଷ ଟଙ୍କା ଦେଲେ ଶବ ଉଠାଇବାକୁ ସୁଯୋଗ ଦିଆଯିବ ବୋଲି ଗ୍ରାମବାସୀ କହିଥିଲେ। ଯାହା ପରେ ପରିବାର ଅଡ଼ୁଆରେ ପଡ଼ିଯାଇଥିଲେ। ତେବେ କେନ୍ଦୁଝର ଟାଉନ ଥାନା ପୁଲିସ ଏବଂ ମାଜିଷ୍ଟ୍ରେସ ( ସଦର ତହସିଲଦାର ) ପହଞ୍ଚି ସାହି ଲୋକଙ୍କୁ ବୁଝାସୁଝା କରିବା ପରେ ମୃତଦେହକୁ ନେବା ପାଇଁ ଦିଆଯାଇଥିଲା। ଗ୍ରାମବାସୀ ଆସିନଥିଲେ ବି ପରିବାର ଓ ସମ୍ପର୍କୀୟ ଲୋକେ ମୃତଦେହ ଉଠାଇଥିଲେ। ଏହାକୁ ST କମିଶନ ସଦସ୍ୟ ନା ପସନ୍ଦ କରିବା ସହ ଏହାର ସମାଧାନ ପାଇଁ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Advertisment