Advertisment

ଅଧା ବାହାଘର ପୂର୍ଣ୍ଣ ହେଲା; କୌଶଲ୍ୟାଙ୍କ ହାତ ଧରିଲେ ହେମନ୍ତ

ସେହି କାଳ ରାତିରେ ଘଟିଥିବା ଏତେ ବଡ଼ ଟ୍ରାଜେଡି ପରେ କେମିତି ବାହା ହୋଇଥାଆନ୍ତେ ହେମନ୍ତ? ତେଣୁ କନିଆଁ ଘର ସମ୍ମୁଖରୁ ଫେରି ଯାଇଥିଲେ। ଅଧା ରହିଗଲା ବାହାଘର। ମଙ୍ଗୁଳା ରହିଥିଲା କନିଆଁ।

author-image
Manoranjan Sial
ଅଦ୍ୟତନ ହୋଇଛି
Marriage

Marriage

ବରଯାତ୍ରୀଙ୍କ ଉପରେ ଟ୍ରକ୍‌ ମାଡ଼ି ଯାଇଥିବାରୁ ଅଧା ରହିଥିଲା ବାହାଘର। କନିଆଁ ଘର ଆଗରୁ ଫେରିଯାଇଥିଲା ବର। ଆଉ ମଙ୍ଗୁଳା ରହିଥିଲା କନିଆଁ। ଟ୍ରକ୍‌ ଟ୍ରାଜେଡିର ୨୪ ଘଣ୍ଟା ପରେ ଅଧା ବାହାଘର ପୂର୍ଣ୍ଣ ହୋଇଛି। ଜଣେ ସମ୍ପର୍କୀୟଙ୍କ ଘରେ ମଙ୍ଗୁଳା କନିଆଁ କୌଶଲ୍ୟା ପାତ୍ରଙ୍କ ହାତ ଧରିଛନ୍ତି ହେମନ୍ତ ପାତ୍ର। ବୈଦିକ ରୀତିନୀତିରେ ହୋଇଛି ବାହାଘର।

Advertisment

ହରିଚନ୍ଦନପୁର ବ୍ଲକ୍‌ ମାନପୁର ଗାଁର ହାଡ଼ିବନ୍ଧୁ ପାତ୍ରଙ୍କ ପୁଅ ହେମନ୍ତ କେନ୍ଦୁଝର ପୁରୁଣା ସହର ସ୍ଥିତ ଷଠିଘରସାହିର କାର୍ତ୍ତିକ ପାତ୍ରଙ୍କ ଝିଅ କୌଶଲ୍ୟାଙ୍କୁ ବିବାହ କରିବା ପାଇଁ ଆସିଥିଲେ। ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୨ଟାରୁ ଗୋଟାଏ କନିଆଁ ଘର ପାଖରେ ପହଞ୍ଚିଥିଲେ ହେମନ୍ତ। ରାଜକୁମାର ପରି ଫୁଲରେ ସଜା ହୋଇଥିବା କାର୍‌ ଭିତରେ ବସିଥିଲେ ହେମନ୍ତ। ଆଉ ତାଙ୍କ ଆଗରେ ଡିଜେର ତାଳେ ତାଳେ ନାଚୁଥିଲେ ସାଙ୍ଗ, ବନ୍ଧୁ ଓ ପରିଜନ। ସମସ୍ତେ ମସ୍‌ଗୁଲ ହେଲେ। ହେଲେ ହଠାତ୍‌ ବରଯାତ୍ରୀଙ୍କ ପ୍ରୋସେସନ୍‌ ଉପରକୁ ମାଡ଼ିଗଲା ଏକ ବାର ଚକତଆ ଟ୍ରକ୍‌। ଆଉ ଚାଲିଗଲା ୫ ଜଣଙ୍କ ଜୀବନ। ୭ରୁ ଅଧିକ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହି ଘଟଣା ସମଗ୍ର ରାଜ୍ୟର ଆଲୋଡ଼ନ ଖେଳାଇ ଦେଇଥିଲା।

ସେହି କାଳ ରାତିରେ ଘଟିଥିବା ଏତେ ବଡ଼ ଟ୍ରେଜେଡି ପରେ କେମିତି ବାହା ହୋଇଥାଆନ୍ତେ ହେମନ୍ତ? ତେଣୁ କନିଆଁ ଘର ସମ୍ମୁଖରୁ ଫେରି ଯାଇଥିଲେ। ଅଧା ରହିଗଲା ବାହାଘର। ମଙ୍ଗୁଳା ରହିଥିଲା କନିଆଁ। ତେବେ ଦୁଇ ପରିବାର ସଦସ୍ୟ ବହୁ ବାଚାର ବିମର୍ଶ କରିବା ପରେ ବାହାଘର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବୁଧବାର ହରିଚନ୍ଦନପୁର ବ୍ଲକ ନନ୍ଦରା ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ହୋଇଛି ବାହାଘର। ଆଉ କୌଶଲ୍ୟାଙ୍କ ହାତ ଧରିଛନ୍ତି ହେମନ୍ତ।

Advertisment

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Keonjhar