/odisha-reporter/media/post_attachments/uploadimage/library/16_9/16_9_0/Fire_1680487255.jpg)
Fire
କେନ୍ଦୁଝର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପଚାଶରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି।
ଆଜି ଭୋର ୫ଟା ସମୟରେ ଡେଲି ମାର୍କେଟରେ ନିଆଁ ଲାଗିଯାଇଥିଲା। ଗୋଟିଏ କଂସାବାସନ ଦୋକାନରୁ ନିଆଁ ଲାଗି ପୂରା ମାର୍କେଟକୁ ବ୍ୟାପି ଯାଇଥିଲା। ୩ଟି ଦମ କଳବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିପଡ଼ିଛନ୍ତି।
ମାର୍କେଟରେ ସର୍ଟସର୍କିଟକୁ ନିଆଁ ଲାଗିଥିବା ସନ୍ଦେହ କରଯାଉଛି। ତେବେ ନିଆଁ କିପରି ନିଆଁ ତାର କାରଣ ଅସ୍ପଷ୍ଟ ରହିଛି। ଦୋକାନ ଗୁଡ଼ିକ ପାଖ ପାଖ ଥିବାରୁ ନିଆଁ ଲିଭାଇବା ପାଇଁ କଷ୍ଟ ହୋଇପଡ଼ିଥିବା ଜଣାପଡ଼ିଛି। ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଏପର୍ଯ୍ୟନ୍ତ ନିଆଁକୁ ଆୟତ କରାଯାଇ ପାରି ନାହିଁ। କେନ୍ଦୁଝର ଟାଉନ ଥାନା ପୁଲିସ ଓ କେନ୍ଦୁଝର ଉପଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
କେନ୍ଦୁଝର ମାର୍କେଟ କମିଟି ସମ୍ପାଦକ ହରିଶଚନ୍ଦ୍ର ଦାଶ କହିଛନ୍ତି, କୋଟି କୋଟି ଟଙ୍କାର ଜିନିଷ ପୋଡ଼ି ନଷ୍ଟ ହୋଇଗଲା। ଦୋକାନୀଭାଇମାନଙ୍କୁ ସହାୟତା ଦେବାକୁ ଜିଲ୍ଲାପାଳଙ୍କୁ ଭେଟିବୁ। ଦୋକାନୀ ଭାଇମାନେ ଏହି ଦୋକାନରୁ ନିଜର ପରିବାରପୋଷଣ କରୁଥିଲେ।
ପାଟଣା ବିଧାୟକ ଜଗନ୍ନାଥ ନାୟକ କହିଛନ୍ତି, ମୁଁ ଏହି ଘଟଣା ପାଇଁ ମର୍ମାହତ। ଦୋକାନୀ ଭାଇମାନଙ୍କର ଯାହାସବୁ କ୍ଷତି ହୋଇଛି ତାର ଅନୁଧ୍ୟାନ କରାଯିବ। ସେମାନଙ୍କୁ ସହଯୋଗ କରିବାକୁ ଚେଷ୍ଟା କରିବୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
