Advertisment

ନଦୀରେ ଭାସୁଛି ଯୁବତୀଙ୍କ ମୃତଦେହ, ଦେହରେ ବନ୍ଧା ଯାଇଛି ପଥର

ଯୁବତୀଙ୍କ ଅଣ୍ଟାରେ ପଥର ବନ୍ଧା ଯାଇଛି। ଏଥିସହ ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଏଥିରୁ ସନ୍ଦେହ କରାଯାଉଛି, ଯୁବତୀଙ୍କୁ ହତ୍ୟା କରିବା ପରେ ଅଣ୍ଟାରେ ପଥର ବାନ୍ଧି ନଦୀକୁ ଫିଙ୍ଗି ଦିଆଯାଇଥିବ।

author-image
Manoranjan Sial
ଅଦ୍ୟତନ ହୋଇଛି
Girl

Girl

ନଦୀରେ ଭାସୁଛି ଯୁବତୀଙ୍କ ମୃତଦେହ। ଆଉ ତାଙ୍କ ପେଟରେ ବନ୍ଧା ହୋଇଛି ପଥର। ଆଜି ଏପରି ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରୁ। ତେବେ ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ।

Advertisment

ଚମ୍ପୁଆ କୁଟାରୀପଶି ପଞ୍ଚାୟତ କଙ୍କଡ଼ାପାଟ ନିକଟସ୍ଥ ବୈତରଣୀ ନଦୀରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ସହାୟତାରେ ନଦୀରୁ ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ ଯୁବତୀଙ୍କ ଅଣ୍ଟାରେ ପଥର ବନ୍ଧା ଯାଇଛି। ଏଥିସହ ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଏଥିରୁ ସନ୍ଦେହ କରାଯାଉଛି, ଯୁବତୀଙ୍କୁ ହତ୍ୟା କରିବା ପରେ ଅଣ୍ଟାରେ ପଥର ବାନ୍ଧି ନଦୀକୁ ଫିଙ୍ଗି ଦିଆଯାଇଥିବ। ପୁଲିସ୍‌ ବିଭିନ୍ନ ଦିଗକୁ ଛାନଭିନ୍‌ କରୁଛି। ବର୍ତ୍ତମାନ ସୁଦ୍ଧା ପୁଲିସ୍‌ର ମୃତ ଯୁବତୀ ପରିଚୟ ପାଇନାହିଁ। ତେଣୁ ଯୁବତୀଙ୍କ ପରିଚୟ ଜାଣିବା ପାଇଁ ପୁଲିସ ଆଖପାଖ ଥାନାକୁ ଖବର ଦେଇଛି।

Advertisment
Kendujhar