Advertisment

ନିଜ ଜନ୍ମକଲା ଦୁଇ ପିଲାଙ୍କ ତଣ୍ଟିଚିପି ହତ୍ୟା କରି ଝୁଲି ପଡ଼ିଲେ ମହିଳା!

ଦୁଇ ଦିନ ତଳେ ଚମ୍ପୁଆ ଥାନା ଦୂରୁକୂଳିଆ ଗାଁର ଭୀମସେନ ନାଏକ ଓ ତାଙ୍କ ପତ୍ନୀ କ୍ଷଣପ୍ରଭାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତିକ୍ତତା ଦେଖାଦେଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Suicide

Suicide

ନିଜ ଜନ୍ମକଲା ଦୁଇ ପିଲାଙ୍କ ତଣ୍ଟିଚିପି ହତ୍ୟା କରି ଝୁଲି ପଡ଼ିଲେ ମହିଳା! ଆଜି ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ। ପାରିବାରିକ ଗଣ୍ଡଗୋଳରୁ ମହିଳା ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।

Advertisment

ଦୁଇ ଦିନ ତଳେ ଚମ୍ପୁଆ ଥାନା ଦୂରୁକୂଳିଆ ଗାଁର ଭୀମସେନ ନାଏକ ଓ ତାଙ୍କ ପତ୍ନୀ କ୍ଷଣପ୍ରଭାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଆଜି ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର କାର୍ଯ୍ୟକ୍ରମକୁ ଯାଇଥିଲେ। ଆଉ ଭୀମସେନଙ୍କ ବଡ଼ ଝିଅ ସ୍କୁଲ ଯାଇଥିଲା। ଘରେ ଦୁଇ ପୁଅ ଓ ଝିଅଙ୍କୁ ଧରି ରହୁଥିଲେ କ୍ଷଣପ୍ରଭା।

ଘରେ କେହି ନଥିବାର ସୁଯୋଗ ନେଇ ଆଜି ଅପରାହ୍ନରେ କ୍ଷଣପ୍ରଭା ନେଇଛନ୍ତି ଚରମ ନିଷ୍ପତ୍ତି। ନିଜ ଜନ୍ମକଲା ଦୁଇ ପିଲାଙ୍କ ତଣ୍ଟି ଚିପି ହତ୍ୟା କରି ଖଟରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ପରେ ସେ ଗାମୁଛା ବେକରେ ଗୁଡ଼ାଇ ଝୁଲି ପଡ଼ିଥିବା ଅଭିଯୋଗ ହେଉଛି।

Advertisment

ଅପରାହ୍ନରେ ପରିବାର ଲୋକେ ଘରକୁ ଆସି କ୍ଷଣପ୍ରଭାଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଚମ୍ପୁଆ ପୁଲିସ୍‌ ଗାଁରେ ପହଞ୍ଚି ଜଗି ରହିଛି। ଆସନ୍ତାକାଲି ସକାଳେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ଜଣାପଡ଼ିଛି।

Suicide Kendujhar