Advertisment

ପଥରକୁ ବାଡ଼େଇଲେ ଶୁଭୁଛି ଘଣ୍ଟି ଶବ୍ଦ

ତେଲକୋଇ (ଚିନ୍ମୟ କୁମାର ସାହୁ): ପଥରରୁ ଶୁଭୁଛି ଘଣ୍ଟି ଶବ୍ଦ, ପଥରକୁ ପଥରରେ ବାଡେଇଲେ ଏପରି ଶବ୍ଦ ସୃଷ୍ଟି ହେଉଛି। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ତାହା ସତ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଚିଲିକ ଦରା ଗ୍ରାମର ବାବା ଘଂଟେଶ୍ୱର ମନ୍ଦିରରେ ଏମିତି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ମନ୍ଦିରଟି ଏକ ଛୋଟିଆ ପାହାଡ ଉପରେ ଅବସ୍ଥିତ। ପ୍ରତିଦିନ ସେଠାକୁ ଏକାଧିକ ଶ୍ରଦ୍ଧାଳୁ ଆସନ୍ତି। ମନରେ ଏକ ଅଲୌକିକ ଭାବନା ଯୋଗୁଁ […]

ପଥରକୁ ବାଡ଼େଇଲେ ଶୁଭୁଛି ଘଣ୍ଟି ଶବ୍ଦ

stone

Advertisment

ତେଲକୋଇ (ଚିନ୍ମୟ କୁମାର ସାହୁ): ପଥରରୁ ଶୁଭୁଛି ଘଣ୍ଟି ଶବ୍ଦ, ପଥରକୁ ପଥରରେ ବାଡେଇଲେ ଏପରି ଶବ୍ଦ ସୃଷ୍ଟି ହେଉଛି। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ତାହା ସତ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଚିଲିକ ଦରା ଗ୍ରାମର ବାବା ଘଂଟେଶ୍ୱର ମନ୍ଦିରରେ ଏମିତି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଏହି ମନ୍ଦିରଟି ଏକ ଛୋଟିଆ ପାହାଡ ଉପରେ ଅବସ୍ଥିତ। ପ୍ରତିଦିନ ସେଠାକୁ ଏକାଧିକ ଶ୍ରଦ୍ଧାଳୁ ଆସନ୍ତି। ମନରେ ଏକ ଅଲୌକିକ ଭାବନା ଯୋଗୁଁ ବହୁଲୋକ ଏଠାକୁ ଛୁଟି ଆସିଥାନ୍ତି। ପୁର୍ବରୁ ଏହି ସ୍ଥାନରେ କିଛି ମୁନି ଋଷି ରହୁଥିବାର ସ୍ଥାନୀୟ ଲୋକେ କୁହନ୍ତି। ୨୦୧୪ ମସିହାରେ ଏଠାରେ ବାବା ଘଣ୍ଟେଶ୍ୱର ମନ୍ଦିର ସ୍ଥାପନା ହେଲା ପରେ ଏଠାରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି। ବିଶେଷ କରି ପଥରରୁ ଶୁଭୁଥିବା ଘଣ୍ଟ ଶବ୍ଦ ସହିତ ଏଠାରେ ବାବା ଘଂଟେଶ୍ୱର ସମସ୍ତଙ୍କ ମନସ୍କାମନା ପୁରଣ କରୁଥିବା ବିଶ୍ୱାସ ଲୋକଙ୍କୁ ଏଠାକୁ ଟାଣିଆଣିଥାଏ।

ହରିଚନ୍ଦନପୁର ଠାରୁ ରେବଣା ପଳାଶପାଳକୁ ଯିବା ରାସ୍ତାରେ ଚିଲିକଦରା ଗ୍ରାମରେ ଏହା ରହିଛି। ଟ୍ରେନ ଯୋଗେ ମା’ ତାରିଣୀଙ୍କୁ ଦର୍ଶନ ପାଇଁ ଆସିଲେ ଚିଲିକଦରା ଷ୍ଟେସନ ଠାରୁ ଅଳ୍ପ ଦୂରରେ ବାବା ଘଣ୍ଟେଶ୍ୱରଙ୍କ ଏହି ମନ୍ଦିର ରହିଛି। ପଥରରୁ ବାହାରୁ ଥିବା ଘଣ୍ଟ ଶବ୍ଦକୁ ନେଇ ଭୁତତ୍ୱବିତଙ୍କ ମତ କିଛି ଅଲଗା ରହିଥାଇପାରେ କିନ୍ତୁ ଲୋକଙ୍କ ମନରେ ଥିବା ଅସ୍ଥା ଏଠାକୁ ଭକ୍ତଙ୍କୁ ଟାଣିଆଣୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe