/odisha-reporter/media/post_attachments/uploadimage/library/16_9/16_9_0/IMAGE_1686226514.jpg)
Sri Baladevjew Temple
ଆସନ୍ତା ୨୦ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ସଜେଇ ହେଲାଣି କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ପୀଠ। ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ମହାପ୍ରଭୁଙ୍କୁ ଟାଣିନେବା ପାଇଁ ବ୍ୟବହାର ହେଉଥିବା ଶିଆଳି ଦୌଡ଼ି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ନେଇ ଭୂୟାଁ ସମ୍ପ୍ରଦାୟର ଲୋକମାନେ ଶିଆଳି ଦଉଡ଼ି ବୁଣିବା ଆରମ୍ଭ କରିଛନ୍ତି।
ଶ୍ରୀବଳଦେବଜୀଉଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ଶିଆଳି ଦଉଡିରେ ଟାଣି ନେଇଥାଆନ୍ତି। ସେହି ଶିଆଳି ଦଉଡି ବୁଣିବାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇଛନ୍ତି ଭୂୟାଁ ସମ୍ପ୍ରଦାୟର ଲୋକେ। ବାଂଶପାଳ ବ୍ଲକ୍ ଦଁଳା ଗାଁର ଭୂୟାଁ ସମ୍ପ୍ରଦାୟର ଲୋକେ କାହିଁ କେଉଁ କାଳରୁ ଏହି ରଥ ଦଉଡି ତିଆରି କରୁଛନ୍ତି। ଅକ୍ଷୟ ତୃତୀୟାଠାରୁ ଗାଁର ଉତ୍ତର ପାର୍ଶ୍ୱରେ ଥିବା ଗନ୍ଧମାର୍ଦ୍ଦନ ପର୍ବତରୁ ଲୋକମାନେ ଶିଆଳି ଲତା ସଂଗ୍ରହ କରିଥିଲେ।
ସ୍ନାନପୂର୍ଣ୍ଣିମାରେ ପ୍ରଭୁଙ୍କଠାରୁ ଆଜ୍ଞାମାଳ ନେଇ ରଥ ଦଉଡି ବୁଣିବା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେଥିପାଇଁ ଭୂୟାଁ ସର୍ଦ୍ଦାରଙ୍କ ସହିତ ଗାଁର କିଛି ଲୋକ ସ୍ନାନବେଦୀରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରି ପ୍ରଭୁଙ୍କଠାରୁ ଆଜ୍ଞାମାଳ ନେଇ ଫେରିଥିଲେ। କାହିଁ କେଉଁ କାଳରୁ ନନ୍ଦିଘୋଷ ରଥ ଟାଣିବା ପାଇଁ ଭୂୟାଁମାନେ ଏହି ଶିଆଳି ଦଉଡି ପ୍ରସ୍ତୁତ କରୁଛନ୍ତି। ନନ୍ଦିଘୋଷ ରଥ ଟାଣିବା ପାଇଁ ଭୂୟାଁମାନେ ୩ଟି ଶିଆଳି ଦଉଡି ତିଆରି କରି ପ୍ରଦାନ କରନ୍ତି। ପ୍ରତ୍ୟେକ ଦଉଡିର ଲମ୍ବ ୧୫୦ ହାତ ଯାଏଁ ହୋଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
