Advertisment

ମା’ ତାରିଣୀଙ୍କ ନାଁରେ ଶପଥ କରାଇଲେ ବଦ୍ରିଙ୍କ ପୁଅ

ଆନନ୍ଦପୁର (ମୁନା ସିଂ): ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି। ଆଉ ଏହା ପୂର୍ବରୁ ବିଜେଡିର ଶପଥ ପାଠ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କେଉଁଠି କର୍ମୀଙ୍କୁ ମହାପ୍ରସାଦ ତ କେଉଁଠି ଗୀତା ଛୁଆଁଇ ଶପଥ କରାଯାଉଛି। ଏବେ ନିର୍ବାଚନ ଜିତିବା ପାଇଁ କର୍ମୀ ଓ ପ୍ରାର୍ଥୀଙ୍କୁ ମା’ ତାରିଣୀଙ୍କ ଶପଥ ପାଠ କରାଯାଉଥିବା ଦେଖିବାକୁ ମିଳିଛି। ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଏହି ଶପଥ ପାଠ କରାଇଛନ୍ତି। ନିର୍ବାଚନ ଜିତିବେ, ଦଳ […]

ଅଦ୍ୟତନ ହୋଇଛି
ମା’ ତାରିଣୀଙ୍କ ନାଁରେ ଶପଥ କରାଇଲେ ବଦ୍ରିଙ୍କ ପୁଅ

anandpur

Advertisment

ଆନନ୍ଦପୁର (ମୁନା ସିଂ): ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି। ଆଉ ଏହା ପୂର୍ବରୁ ବିଜେଡିର ଶପଥ ପାଠ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କେଉଁଠି କର୍ମୀଙ୍କୁ ମହାପ୍ରସାଦ ତ କେଉଁଠି ଗୀତା ଛୁଆଁଇ ଶପଥ କରାଯାଉଛି। ଏବେ ନିର୍ବାଚନ ଜିତିବା ପାଇଁ କର୍ମୀ ଓ ପ୍ରାର୍ଥୀଙ୍କୁ ମା’ ତାରିଣୀଙ୍କ ଶପଥ ପାଠ କରାଯାଉଥିବା ଦେଖିବାକୁ ମିଳିଛି।

Advertisment

ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଏହି ଶପଥ ପାଠ କରାଇଛନ୍ତି। ନିର୍ବାଚନ ଜିତିବେ, ଦଳ ପାଇଁ କାମ କରିବେ, ଦଳୀୟ କର୍ମୀ ଭାବେ ସବୁବେଳେ ବିଶ୍ୱସ୍ତ ରହିବେ ଆଦି ଶପଥ ପାଠ କରାଇଛନ୍ତି ଦେବାଶିଷ ପାତ୍ର।

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଚୟନ ପାଇଁ ବୈଠକ ହୋଇଥିଲା। ଯେଉଁଠି ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇଥିଲେ। ଏଠି ପ୍ରାର୍ଥୀଙ୍କୁ ଖୋଦ୍ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ମାଆ ତାରିଣୀଙ୍କ ନାଁରେ ଶପଥ କରାଇଛନ୍ତି। ତାସହ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ କହିଛନ୍ତି। ଘଟଣା ସମୟର ଭିଡିଓ ଭାଇରାଲ୍ ହୋଇଛି।

Advertisment

ଏହା ପୂର୍ବରୁ ମଙ୍ଗଳବାର ବିଜେଡିର ଆଉ କିଛି ଶପଥ ପାଠ କରାଉଥିବାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ମନାଇବା ଲାଗି କେଉଁଠି ପ୍ରାର୍ଥୀଙ୍କୁ ମହାପ୍ରସାଦ ଛୁଆଁଇ ତ କେଉଁଠି ଗୀତା ପାଠ କରାଇ ଶପଥ ପାଠ କରାଯାଉଛି। ବିଜେଡି ଦଳରେ ଏବେ ଗୋଷ୍ଠୀ ବିବାଦ ବଢ଼ୁଛି ଏବଂ ଦଳର କିଛି କର୍ମୀ ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି। ତେଣୁ ଏହାକୁ ରୋକିବା ପାଇଁ ବିଜେଡି ଏହି ଶପଥ କରାଉଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe