Advertisment

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!

କେନ୍ଦୁଝର (ପ୍ରଣୟ କୁମାର ପାଣି): ପୁଣି କେନ୍ଦୁଝର ଜିଲ୍ଲାରେ ଲଜ୍ଜା। ଜଣେ ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଚାଞ୍ଚଲ୍ୟକର ଖବର ଆସିଛି। ରାତି ଅଧରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗାଡ଼ିଆରେ ଫିଙ୍ଗିଦିଆଯାଇଥିବା ବେଳେ ହାତବନ୍ଧା ଅବସ୍ଥାରେ ମିଳିଛି ମୃତଦେହ। ପଣ୍ଡାପଡ଼ା ଥାନା ଅଞ୍ଚଳର ଏକ ଗାଡ଼ିଆରୁ ମିଳିଛି ମୃତଦେହ। ଗତକାଲି ରାତିରୁ ସଂପୃକ୍ତ ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ। […]

author-image
Ranjit Kumar Jena
ସ୍ୱାମୀ ମାଗିଲା ସତୀତ୍ୱର ପ୍ରମାଣ: ଝିଅକୁ ଜୀଅନ୍ତା ଜାଳିଦେଲା ମା’

rape

କେନ୍ଦୁଝର (ପ୍ରଣୟ କୁମାର ପାଣି): ପୁଣି କେନ୍ଦୁଝର ଜିଲ୍ଲାରେ ଲଜ୍ଜା। ଜଣେ ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଚାଞ୍ଚଲ୍ୟକର ଖବର ଆସିଛି। ରାତି ଅଧରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗାଡ଼ିଆରେ ଫିଙ୍ଗିଦିଆଯାଇଥିବା ବେଳେ ହାତବନ୍ଧା ଅବସ୍ଥାରେ ମିଳିଛି ମୃତଦେହ। ପଣ୍ଡାପଡ଼ା ଥାନା ଅଞ୍ଚଳର ଏକ ଗାଡ଼ିଆରୁ ମିଳିଛି ମୃତଦେହ।

Advertisment

ଗତକାଲି ରାତିରୁ ସଂପୃକ୍ତ ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ। ରାତିରେ ଅନେକ ଖୋଜିବା ପରେ ମଧ୍ୟ ଝିଅକୁ ପାଇ ନ ଥିଲେ। ଆଜି ସକାଳେ ମଧ୍ୟ ସାହି ପଡିଶାଙ୍କୁ ଖବର ଦେଇ ଖୋଜା ଖୋଜି କରିଥିଲେ ପରିବାର ଲୋକେ। ତଥାପି ଝିଅର ପତ୍ତା ମିଳି ନ ଥିଲା।

ଆଜି ପାଖାପାଖି ଅପରାହ୍ନ ୩ଟା ବେଳେ ଘର ନିକଟରେ ଥିବା ଏକ ଗାଡ଼ିଆରୁ ହାତବନ୍ଧା ଅବସ୍ଥାରେ ଝିଅର ମୃତଦେହ ମିଳିଥିଲା। ଗାଡ଼ିଆରୁ ମୃତଦେହକୁ ଠାବ କରିଥିଲେ। ହାତ ଦୁଇଟି ପଛରୁ ବନ୍ଧା ହୋଇଥିବା ବେଳେ ଦେହରେ କ୍ଷତଚିହ୍ନ ରହିଛି। ଏପରିକି ମୃତଦେହ ନିକଟରେ ପିନ୍ଧା ବସ୍ତ୍ର ପଡ଼ିରହିଛି। ତେଣୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment