Advertisment

ଓଏପିଏଫ୍‌ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମାନନ୍ଦ ୬ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୫ବର୍ଷର ପୁଅ ଓ ଦୁଇ ବର୍ଷର ଝିଅଟିଏ ଅଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
OAPF jawan

OAPF jawan

ସଜନା ଗଛରୁ ଓଏପିଏଫ୍‌ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଟାଙ୍ଗର ତଳି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରେମାନନ୍ଦ ନାଏକ।

Advertisment

ପ୍ରେମାନନ୍ଦ ଭଦ୍ରକରେ କାର୍ଯ୍ୟ କରୁଥିଲେ। କିଛି ଦିନ ହେବ ଛୁଟିରେ ଘରକୁ ଆସିଥିଲେ। ଗତକାଲି ରାତିରେ ପ୍ରେମାନନ୍ଦ ବେକରେ ଓଢ଼ଣୀ ବାନ୍ଧି ସଜନା ଗଛରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପ୍ରେମାନନ୍ଦ ୬ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୫ବର୍ଷର ପୁଅ ଥିବା ବେଳେ ଦୁଇ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି। ପ୍ରେମାନନ୍ଦ କାହିଁକି ଆତ୍ମହତ୍ୟା କଲେ ତାର ଜଣାପଡ଼ିନାହିଁ। ପୁଲିସ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
Keonjhar Deadbody , Odisha Police