କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ନେଙ୍କଡ଼ାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ଟ୍ରକ୍କୁ ଏକ ଯାତ୍ରୀବାହୀ ବସ୍ ପଛରୁ ପିଟି ଦେବାରୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର୍ ଓ ହେଲ୍ପର୍ ବି ଅଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
‘ଶ୍ରୀରାମ’ ନାମକ ଏହି ଘରୋଇ ବସ୍ଟି ବଡ଼ବିଲ୍ରୁ ଭୁବନେଶ୍ୱର ଯାଉଥିବା ବେଳେ ଏ ଦୁର୍ଘଟଣା ଘଟିଥିଲା। ବସ୍ଟି ଟ୍ରକ୍କୁ ପଛରୁ ଧକ୍କା ଦେବା ପରେ ଏହାର ସମ୍ମୁଖ ଭାଗ ଟ୍ରକ୍ ଡାଲାରେ ପଶି ଯାଇଥିଲା। ଫଳରେ ଟ୍ରକ୍ଟି ବସ୍ଟିକୁ କିଛି ବାଟ ଘୋଷାରି ନେଇଥିଲା। ସେଥିପାଇଁ ବସ୍ର ଡ୍ରାଇଭର ଓ ହେଲ୍ପର ଅଧିକ ଆଘାତ ପାଇଛନ୍ତି। ଖବର ପାଇ ଟାଉନ ଥାନା ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଓ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ। ସମସ୍ତ ଆହତ ଯାତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦ୍ଘାଟିତ ହେଲା ରାଜ୍ୟର ଦୀର୍ଘତମ ଫ୍ଲାଏଓଭର
ଡିଏମ୍ଏଫ ଫଣ୍ଡରୁ ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଫ୍ଲାଏଓଭର।
Accident
ଟ୍ରକ୍ ଧକ୍କାରେ ବାପ-ଝିଅ ମୃତ
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କର ମୃତଦେହକୁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି।
Accident
କାଞ୍ଜିପାଣି ଘାଟିରେ ଯାତ୍ରା ପାର୍ଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ
ଟ୍ରକ୍ରେ ଯାତ୍ରା ପାର୍ଟିର ଜିନିଷପତ୍ର ସହିତ ମୋଟ ୧୨ ଜଣ ଲୋକ ଥିଲେ।
Special
5-T ସ୍କୁଲରେ ହିନ୍ଦୀ ଶିକ୍ଷକ ପଢ଼ାଉଛନ୍ତି ବିଜ୍ଞାନ ଓ ଇଂରାଜୀ
୨୩ ବର୍ଷ ହେଲାଣି ଏହି ଉଚ୍ଚ ବିଦ୍ୟାଳୟରେ ନାହାଁନ୍ତି ବିଜ୍ଞାନ ଓ ଇଂରାଜୀ ଶିକ୍ଷକ। ଦୀର୍ଘ ଦିନରୁ ଫାଙ୍କା ପଡ଼ିଛି ୫ ଜଣ ଶିକ୍ଷକଙ୍କ ପଦବୀ। କେବଳ ସଂସ୍କୃତ, ହିନ୍ଦୀ ଓ ଖେଳ ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ତିଆରି ଚାଲିଛି।
Accident
ଗାଧୋଇ ଫେରୁଥିବା ବେଳେ ବାପଝିଅଙ୍କୁ ଆକ୍ରମଣ କଲା ହାତୀ
ପ୍ରଦୀପ ଓ ତାଙ୍କ ଝିଅ ମାଣିକସାହି ପାଖ ରାଣୀମା ନାଳକୁ ଗାଧୋଇବାକୁ ଯାଇଥିଲେ।