Advertisment

ବଡ଼ବିଲରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ଭୋଳା ସିହ୍ନା ସହରର ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bhola Sinha

Bhola Sinha

କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଚାଞ୍ଚଲ୍ୟ। ଆଜି ଏଠାରେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ଭୋଳା ସିହ୍ନା।

Advertisment

ସକାଳ ପ୍ରାୟ ୯ଟା ବେଳେ ଭୋଳା ସିହ୍ନା ତାଙ୍କ ସ୍କୁଟିରେ ୬ ନମ୍ବର ୱାର୍ଡର ପୁରୁଣା ଏଲ୍‌ଆଇସି କଲୋନୀ ନିକଟସ୍ଥ ଘରକୁ ଫେରୁଥିବା ବେଳେ ମନି ଟାୱାର ନିକଟରେ ତାଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା। ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରାଯାଇଛି।

ଭୋଳା ସିହ୍ନା ଘଟଣାସ୍ଥଳରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଆସି ତାଙ୍କୁ ଡାକ୍ତରଖାନା ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଭୋଳା ସିହ୍ନାଙ୍କୁ କିଏ ଓ କାହିଁକି ଗୁଳି କଲା, ତାହା ଜଣାପଡ଼ିନି। ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଗୁଡ଼ିକୁ ପୁଲିସ୍ ଯାଞ୍ଚ କରୁଛି। ତା’ ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି। ଏହି ଘଟଣା ଘଟିବା ବେଳେ ସେଠାରେ କେହି ଉପସ୍ଥିତ ଥିଲେ ନା ନାହିଁ, ତାହା ପୁଲିସ ଜାଣିବାକୁ ଚାହୁଁଛି।

ଭୋଳା ସିହ୍ନା ସହରର ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ। ସ୍ଥାନୀୟ ନଗରପାଳଙ୍କର ମଧ୍ୟ ସେ ଘନିଷ୍ଠ ଥିଲେ। ବ୍ୟବସାୟିକ ଶତୃତା ଦୃଷ୍ଟିରୁ ତାଙ୍କୁ ହୁଏତ କେହି ହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଥିବା ବେଳେ ପୁଲିସ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ।

Murder Keonjhar Firing