Advertisment

ମହାବଳର ଗତିବିଧି ଜାଣିବା ପାଇଁ ଲାଗିଥିଲା କ୍ୟାମେରା, ଚୋରି ହୋଇଗଲା

ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଓ ଅନୁଗୋଳର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଗୋଟିଏ ମାହାବଳ ବାଘ ଚଳପ୍ରଚଳ କରୁଛି। ମହାବଳ ବାଘଟି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ପାଟଣା ରେଞ୍ଜର ଅଟେଇ, ରେବଣା ପଳାଶପାଳ ସଂରକ୍ଷିତ ଜଙ୍ଗଲ ଦେଇ ଯିବା ଆସିବା କରୁଛି।

author-image
Manoranjan Sial
Trap Camera

Trap Camera

ମହାବଳ ବାଘଙ୍କ ଉପସ୍ଥିତି ଓ ଗତିବିଧି ଜାଣିବା ପାଇଁ ଜଙ୍ଗଲରେ ଲାଗିଥିଲା ଟ୍ରାପ୍‌ କ୍ୟାମେରା। ହେଲେ ସେହି ଟ୍ରାପ୍‌ କ୍ୟାମେରା ଚୋରି ହୋଇଯାଇଛି। ଏପରି ଅଭିଯୋଗ କେନ୍ଦୁଝର ବନାଞ୍ଚଳରୁ ଆସିଛି। ଏ ନେଇ ବନ ବିଭାଗ ପକ୍ଷରୁ ଘଟଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

Advertisment

ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଓ ଅନୁଗୋଳର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଗୋଟିଏ ମାହାବଳ ବାଘ ଚଳପ୍ରଚଳ କରୁଛି। ମହାବଳ ବାଘଟି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ପାଟଣା ରେଞ୍ଜର ଅଟେଇ, ରେବଣା ପଳାଶପାଳ ସଂରକ୍ଷିତ ଜଙ୍ଗଲ ଦେଇ ଯିବା ଆସିବା କରୁଛି। କିଛିଦିନ ତଳେ ମହାବଳଟି ଗୋଟିଏ ବାର୍‌ହା ଓ ମଇଁଷିକୁ ଶିକାର କରିଥିଲା। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲା। ପାରିପାର୍ଶ୍ୱିକ ସ୍ଥିତି ଓ ପାଦ ଚିହ୍ନକୁ ମାପିବା ପରେ ମହାବଳ ବାଘ ବୋଲି ସ୍ପଷ୍ଟ କରିଥିଲା ବନ ବିଭାଗ।

ମହାବଳ ବାଘର ଗତିବିଧି ଜାଣିବା ପରେ ଘଟଗାଁ ଓ ପାଟଣା ରେଞ୍ଜର ବିଭିନ୍ନ ସ୍ଥାନରେ ୪୫ଟି ଟ୍ରାପ୍‌ କ୍ୟାମେରା ଲଗାଇଥିଲା ବନ ବିଭାଗ। ହେଲେ ସେଥି ମଧ୍ୟରୁ ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ଟି ଟ୍ରାପ୍‌ କ୍ୟାମେରା ଚୋରି ହୋଇଯାଇଛି। ମାମଲାର ତଦନ୍ତ ପାଇଁ ବନ ବିଭାଗ ଏକ ଟିମ୍‌ ଗଠନ କରିଛି। ଯେଉଁଥିରେ ଦୁଇ ଜଣ ଏସିଏଫଓଙ୍କ ସହ ଜଣେ ଫରେଷ୍ଟର ଓ ୫ ଜଣ ଗାର୍ଡ ରହିଛିନ୍ତି। ଏଥିସହ ସେହି ଅଞ୍ଚଳରେ ଥିବା ତିନୋଟି ଫରେଷ୍ଟ ରାସ୍ତାକୁ ସିଲ୍‌ କରିଦେଇଛି ବନ ବିଭାଗ। ଏସ୍‌ଟିଏଫ୍‌, ଜେଟିଏଫ୍‌ ଓ ଶିମିଳିପାଳ ଟାଇଗର ରିଜର୍ବର ଫିଲଡ୍‌ ଡାଇରେକ୍ଟରଙ୍କ ମାର୍ଗଦର୍ଶନରେ ଶିକାରି, ଜଙ୍ଗଲ ନିଆଁ ଓ ବାଘ ଉପରେ ନଜର ରଖିଛି ବନ ବିଭାଗ।

Advertisment

ଅନ୍ୟପକ୍ଷରେ ବନ ବିଭାଗ ଏନେଇ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

କେନ୍ଦୁଝର ଏସିଏଫ୍‌ ଘନଶ୍ୟାମ ମହାନ୍ତ କହିଛନ୍ତି, ମହାବଳ ବାଘର ଗତିବିଧି ଜାଣିବା ପାଇଁ ପାଟଣା ରେଞ୍ଜରେ ୧୦ଟି ଟ୍ରାପ୍‌ କ୍ୟାମେରା ଲାଗିଥିଲା। ସେଥିରୁ ଦୁଇଟି କ୍ୟାମେରି ମିସିଂ ହୋଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ବୋଲି ଶ୍ରୀ ମହାନ୍ତ କହିଛନ୍ତି।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar Forest Odisha Forest Dept