Advertisment

ତଣ୍ଟିରେ ଅଁଳା ମଞ୍ଜି ଲାଗିବାରୁ ଚାଲିଗଲା ୩ ବର୍ଷ ଶିଶୁର ଜୀବନ

ପିଲାଟିର ମୃତ୍ୟୁ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Baby

Baby

ତଣ୍ଟିରେ ଅଁଳା ମଞ୍ଜି ଲାଗିଯିବାରୁ ୩ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଟିଗିରିଆ ଗାଁରେ। ମୃତ ଶିଶୁ ଜଣଙ୍କ ହେଲେ ଦୁର୍ଗାଶଙ୍କର ଜେନା।

Advertisment

ଆଜି ସକାଳେ ଦୁର୍ଗାଶଙ୍କର ଅଙ୍ଗନବାଡ଼ି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ସହ ଅଁଳା ଗଛରୁ କୋଳି ବଛାଇ ଖାଇଥିଲେ। କୁଳି ଖାଇଲା ବେଳେ ମଞ୍ଜିଟି ତାଙ୍କ ତଣ୍ଟିରେ ଲାଗିଯାଇଥିଲା। ସେ କାଶି କାଶି ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ପିଲାଟିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ।

ପିଲାଟିର ମୃତ୍ୟୁ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାପାମା’ପୁଅ ହରାଇ କାନ୍ଦିକାନ୍ଦି ଭାଙ୍ଗି ପଡ଼ିଛନ୍ତି। 

Advertisment
Keonjhar Child Death