Advertisment

ଡାକ୍ତରଙ୍କୁ ଲାଞ୍ଚ ମାଗି ଫସିଗଲେ କିରାଣି, ବାନ୍ଧିଲା ଭିଜିଲାନ୍ସ

ପ୍ରାଣୀଧନ ଚିକିତ୍ସକଙ୍କୁ ଲାଞ୍ଚ ମାଗି ଫସିଗଲେ ବରିଷ୍ଠ କିରାଣି। ୧୦ ହଜାର ଦେଲେ ଛୁଟି ବିଲ୍‌ ପାସ୍‌ ହେବ ବୋଲି ରୋକଠୋକ ଶୁଣାଇ ଦେବା ତାଙ୍କୁ ମହଙ୍ଗା ପଡ଼ିଲା ।

author-image
Niharika Rout
Arrest

Arrest

ପ୍ରାଣୀଧନ ଚିକିତ୍ସକଙ୍କୁ ଲାଞ୍ଚ ମାଗି ଫସିଗଲେ ବରିଷ୍ଠ କିରାଣି। ୧୦ ହଜାର ଦେଲେ ଛୁଟି ବିଲ୍‌ ପାସ୍‌ ହେବ ବୋଲି ରୋକଠୋକ ଶୁଣାଇ ଦେବା ତାଙ୍କୁ ମହଙ୍ଗା ପଡ଼ିଲା । ବିଲ୍‌ ପାସ୍‌ ନ ହେବାରୁ ଚିକିତ୍ସକଜଣକ କିରାଣିଙ୍କୁ ତାଙ୍କ ଦାବି ମୁତାବକ ଟଙ୍କା ଦେଇଥିବା ବେଳେ ଏହାର ସୂଚନା ଭିଜିଲାନ୍ସକୁ ଦେଇଥିଲେ। ଫଳରେ ଲାଞ୍ଚ ଟଙ୍କା ସହ ଧରା ପଡ଼ିଗଲେ କିରାଣି ବାବୁଜଣକ । ଏଭଳି ଘଟଣା ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟରେ ହୋଇଛି।

Advertisment

ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡ଼ ଶୁଭାଶିଷ ମହାପାତ୍ର ୨୦୨୨ ଜାନୁଆରୀ ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ। ଏହି ସମୟର ଦରମା ସେ ଏପର୍ଯ୍ୟନ୍ତ ପାଇ ପାରି ନାହାନ୍ତି। ଏହାର ବିଲ୍‌ ପାସ୍‌ କରାଇ ଦେବାକୁ ସେ ବରିଷ୍ଠ କିରାଣି ମହେନ୍ଦ୍ର ସେଠୀଙ୍କୁ କହିଥିଲେ।

ମାତ୍ର ୧୦ ହଜାର ଦେଲେ ବିଲ୍‌ ପାସ୍‌ କରିବି ବୋଲି କିରାଣିଜଣକ ଡାକ୍ତର ବାବୁଙ୍କୁ ଶୁଣାଇଥିଲେ। ଏହାପରେ ତାଙ୍କୁ ଭିଜିଲାନ୍ସ ଜାଲରେ ଛନ୍ଦିବାକୁ ଲାଞ୍ଚ ଦେବା ପୂର୍ବରୁ ଭିଜିଲାନ୍ସକୁ ସୂଚନା ଦେଇଥିଲେ ଡ଼ ଶୁଭାଶିଷ ମହାପାତ୍ର ।

Advertisment

 ପୂର୍ବା ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ଗତକାଲି କିରାଣି ସେଠୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଦେଇଥିଲେ ଡା. ଶୁଭାଶିଷ ମହାପାତ୍ର । ଏହି ସମୟରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ୍‌ କାର୍ଯ୍ୟାଳୟରେ ପଶି ଟଙ୍କା ସହ ତାଙ୍କୁ ମାଡ଼ି ବସିଥିଲା। ଲାଞ୍ଚ ମାଗିବା ଅଭିଯୋଗରେ ସମ୍ପୃକ୍ତ କିରାଣିଙ୍କୁ ବାନ୍ଧିଛି ଭିଜିଲାନ୍ସ ।

ଭିଜିଲାନ୍ସ ଟିମ୍‌ ତାଙ୍କର ଚମ୍ପୁଆ ସରକାରୀ କାର୍ଯ୍ୟାଳୟ, ବାସଭବନ ସମେତ ଯାଜପୁର ଜିଲ୍ଲାସ୍ଥିତ ଘରେ ମଧ୍ୟ ଏକକାଳୀନ ଚଢ଼ାଉ କରିଛି। ତେବେ ଚଢ଼ାଉ ବେଳେ କ’ଣ ଜବତ ହୋଇଛି ସେ ନେଇ କିଛି ସୂଚନା ମିଳିନି।

Vigilance Raid