Advertisment

ମିଥ୍ୟା ପ୍ରମାଣପତ୍ର ଦେଇ ଟେଣ୍ଡର ହାତେଇଥିଲେ, ଶେଷରେ ବନ୍ଧା ହେଲେ

କେନ୍ଦୁଝର(ପ୍ରଣୟ ପାଣି): ମିଥ୍ୟା ପ୍ରମାଣପତ୍ର ଦେଇ ଟେଣ୍ଡର ହାତେଇବା ମହଙ୍ଗା ପଡ଼ିଲା। ଶେଷରେ ଜଣେ ଠିକାଦାରକୁ ପୁଲିସ୍‌ ଗିରଫ କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଏପରି ଘଟଣା କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଘଟିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଗତ ୨୯ ତାରିଖରେ ଏନେଇ ୩ ଜଣ ଠିକାଦାରଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ମାମଲା ସାମନାକୁ ଆସିଥିଲା। ଏହାପରେ ପୁଲିସ୍‌ ତନାଘନା ତଦନ୍ତ ଆରମ୍ଭ  […]

author-image
Niharika Rout
ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ୨ ଗିରଫ

arrest

କେନ୍ଦୁଝର(ପ୍ରଣୟ ପାଣି): ମିଥ୍ୟା ପ୍ରମାଣପତ୍ର ଦେଇ ଟେଣ୍ଡର ହାତେଇବା ମହଙ୍ଗା ପଡ଼ିଲା। ଶେଷରେ ଜଣେ ଠିକାଦାରକୁ ପୁଲିସ୍‌ ଗିରଫ କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଏପରି ଘଟଣା କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଘଟିଛି।

Advertisment

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଗତ ୨୯ ତାରିଖରେ ଏନେଇ ୩ ଜଣ ଠିକାଦାରଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ମାମଲା ସାମନାକୁ ଆସିଥିଲା। ଏହାପରେ ପୁଲିସ୍‌ ତନାଘନା ତଦନ୍ତ ଆରମ୍ଭ  କରି ସମ୍ପୃକ୍ତ ଠିକାଦାର ଦେବେନ୍ଦ୍ର ଜେନାକୁ ଗିରଫ କରି କୋର୍ଟଚାଲାଣ କରିଛି। କିନ୍ତୁ ଅନ୍ୟ ୨ ଅଭିଯୁକ୍ତ ସୁରେନ୍ଦ୍ର ଭୂୟାଁ ଏବଂ ଗଦାଧର ନାୟକ ଫେରାର ଥିବା ପୁଲିସ୍‌ କହିଛି ।

ଅନ୍ୟ ପକ୍ଷରେ ଗିରଫ ଅଭିଯୁକ୍ତ ଦେବେନ୍ଦ୍ର ଜେନା ନିଜ ପ୍ରତିକ୍ରିୟାରେ ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ସମସ୍ତ ୩୩  ଜଣ ଠିକାଦାରଙ୍କ ସମସ୍ତ ତଥ୍ୟ ତଦନ୍ତ ପରିସରକୁ ନିଆଗଲେ ଟେଣ୍ଡର ଦୁର୍ନୀତିର ଅସଲି ଚେହେରା ସାମ୍ନାକୁ ଆସିବ ବୋଲି କହିଥିଲେ।

Advertisment