Advertisment

ଗାଁରେ ପଶି ପାରିଲାନି କରୋନା, ତଥାପି ଟିକା ନେବା ପାଇଁ ଲୋକଙ୍କ ମନରେ ଭୟ

କେନ୍ଦୁଝର (ପ୍ରଣୟ କୁମାର ପାଣି): କରୋନାକୁ ନେଇ ସମଗ୍ର ଦେଶରେ ଚିନ୍ତାଜନକ ପରିସ୍ଥିତି ଥିବା ବେଳେ ଏହାକୁ ହରାଇବାକୁ ସମସ୍ତେ ଲାଗି ପଡ଼ିଛନ୍ତି। ହେଲେ ଆଜି ବି ଏପରି ବହୁ ଗାଁ ଅଛି ଯେଉଁଠାରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ସେଥିମଧ୍ୟରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠା ଗୋଳା ପଞ୍ଚାୟତର ଖରବା ଗାଁ। ଆଦିମ ଜନଜାତୀ ରହୁଥିବା ଏହି ଗାଁକୁ ବିକାଶ ପହଞ୍ଚି ପାରିନାହିଁ। ହେଲେ ଏଠାକାର ଲୋକମାନେ ବହୁ ଖୁସିରେ ଅଛନ୍ତି। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଗାଁରେ ପଶି ପାରିଲାନି କରୋନା, ତଥାପି ଟିକା ନେବା ପାଇଁ ଲୋକଙ୍କ ମନରେ ଭୟ

corona

କେନ୍ଦୁଝର (ପ୍ରଣୟ କୁମାର ପାଣି): କରୋନାକୁ ନେଇ ସମଗ୍ର ଦେଶରେ ଚିନ୍ତାଜନକ ପରିସ୍ଥିତି ଥିବା ବେଳେ ଏହାକୁ ହରାଇବାକୁ ସମସ୍ତେ ଲାଗି ପଡ଼ିଛନ୍ତି। ହେଲେ ଆଜି ବି ଏପରି ବହୁ ଗାଁ ଅଛି ଯେଉଁଠାରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ସେଥିମଧ୍ୟରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠା ଗୋଳା ପଞ୍ଚାୟତର ଖରବା ଗାଁ।

Advertisment

ଆଦିମ ଜନଜାତୀ ରହୁଥିବା ଏହି ଗାଁକୁ ବିକାଶ ପହଞ୍ଚି ପାରିନାହିଁ। ହେଲେ ଏଠାକାର ଲୋକମାନେ ବହୁ ଖୁସିରେ ଅଛନ୍ତି। ଏମାନଙ୍କର ଖୁସିର କାରଣ ମଧ୍ୟ ରହିଛି। ଚାରିଆଡ଼େ କରୋନାର କରାଳ ରୂପ ଦେଖିବାକୁ ମିଳିଥିବା ବେଳେ ଏହି ଗାଁରେ କିନ୍ତୁ କରୋନା ପହଞ୍ଚି ପାରିନାହିଁ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ।

ପ୍ରଶାସନର ଗୋଟିଏ ସଚେତନତା ବାର୍ତ୍ତାକୁ ଗାଁ ଲୋକ ଗଣ୍ଠି ମାରି ରଖିଲା ମାନୁଛନ୍ତି। ଗାଁ ବାହାରକୁ କେହି ଯାଉ ନାହାନ୍ତି। ଗାଁରେ ଯାହା ମିଳୁଛି ସେତିକିରେ ଗୁଜରାଣ ମେଣ୍ଟୁନ୍ତି। ଗାଁରେ ରହୁଥିବା ପାଖାପାଖି ୯ଶହ ଲୋକଙ୍କ ମଧ୍ୟରୁ ୪୦-୫୦ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା। ହେଲେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ସବୁଠାରୁ ବଡ଼ କଥା ଏମାନଙ୍କୁ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଇ ଟିକାକରଣ କରିବାକୁ ବ୍ୟବସ୍ଥା କରାଯାଇଥିଲା।

Advertisment

ପ୍ରଥମ ଦଫାରେ କିଛି ଲୋକ ଟିକା ନେଇଥିଲେ ହେଲେ ଟିକା ନେବା ପରେ କିଛି ଲୋକଙ୍କୁ ଜ୍ଵର ହେବାରୁ ସେମାନେ ଆଉ ଦ୍ଵିତୀୟ ଡୋଜ ଟିକା ନେଲେ ନାହିଁ କି, ଗାଁର ଅନ୍ୟ ଲୋକମାନେ ମଧ୍ୟ ଟିକା ନେବାକୁ ଆଗ୍ରହ ଦେଖାଇଲେ ନାହିଁ। ଆଶା ଦିଦି ମଧ୍ୟ ବହୁ ବୁଝାସୁଝା କରି ଥକି ଗଲେଣି। କିନ୍ତୁ ଏମାନେ ବୁଝିବାକୁ ନାରାଜ। ଏଭଳି ପରିସ୍ଥିତି ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।