କେନ୍ଦୁଝର (ଓଡ଼ିଶା ରିପୋର୍ଟର) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବଡିଭିଜନର ଶାଳନିଆ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶାରଳା ଗାଁରେ କରୋନା ଟିକା ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଗାଁକୁ ଟିକା ନେଇ ଯାଉଥିବା ଡାକ୍ତରଖାନା କର୍ମଚାରୀ ରାସ୍ତାରେ ଟିକା ବିକ୍ରି କରି ଦେଇଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଡାକ୍ତରଖାନା କର୍ମଚାରୀ ଜଣକ ୧୨ଟି ବଟଲରେ ୧୨୦ ଡୋଜ୍ ଟିକା ନେଇ ଗାଁକୁ ଆସୁଥିଲେ। ହେଲେ ଟିକାକରଣ ସାଇଟରେ ପହଞ୍ଚିବାବେଳକୁ ଗୋଟିଏ ବଟଲ ଫାଙ୍କା ଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ଶାଳନିଆ ମେଡିକାଲ ଅଫିସରଙ୍କୁ ଜଣାଇଥିଲେ । ତେବେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଡିକାଲ ଅଫିସର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦ୍ଘାଟିତ ହେଲା ରାଜ୍ୟର ଦୀର୍ଘତମ ଫ୍ଲାଏଓଭର
ଡିଏମ୍ଏଫ ଫଣ୍ଡରୁ ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଫ୍ଲାଏଓଭର।
Accident
ଟ୍ରକ୍ ଧକ୍କାରେ ବାପ-ଝିଅ ମୃତ
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କର ମୃତଦେହକୁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି।
Accident
କାଞ୍ଜିପାଣି ଘାଟିରେ ଯାତ୍ରା ପାର୍ଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ
ଟ୍ରକ୍ରେ ଯାତ୍ରା ପାର୍ଟିର ଜିନିଷପତ୍ର ସହିତ ମୋଟ ୧୨ ଜଣ ଲୋକ ଥିଲେ।
Special
5-T ସ୍କୁଲରେ ହିନ୍ଦୀ ଶିକ୍ଷକ ପଢ଼ାଉଛନ୍ତି ବିଜ୍ଞାନ ଓ ଇଂରାଜୀ
୨୩ ବର୍ଷ ହେଲାଣି ଏହି ଉଚ୍ଚ ବିଦ୍ୟାଳୟରେ ନାହାଁନ୍ତି ବିଜ୍ଞାନ ଓ ଇଂରାଜୀ ଶିକ୍ଷକ। ଦୀର୍ଘ ଦିନରୁ ଫାଙ୍କା ପଡ଼ିଛି ୫ ଜଣ ଶିକ୍ଷକଙ୍କ ପଦବୀ। କେବଳ ସଂସ୍କୃତ, ହିନ୍ଦୀ ଓ ଖେଳ ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ତିଆରି ଚାଲିଛି।
Accident
ଗାଧୋଇ ଫେରୁଥିବା ବେଳେ ବାପଝିଅଙ୍କୁ ଆକ୍ରମଣ କଲା ହାତୀ
ପ୍ରଦୀପ ଓ ତାଙ୍କ ଝିଅ ମାଣିକସାହି ପାଖ ରାଣୀମା ନାଳକୁ ଗାଧୋଇବାକୁ ଯାଇଥିଲେ।