Advertisment

ବାଥ୍‌ ରୁମ୍‌ରୁ ମିଳିଲା ମାଇନିଂ କମ୍ପାନୀ ମାଲିକଙ୍କ ମୃତଦେହ

ଛତିଶଗଡ଼ ଭିଲାଇର ରୂପେଶ ମହେନ୍ଦ୍ରନ ଭିକେଏସ୍‌ ମାଇନିଂ କମ୍ପାନୀର ମାଲିକ। କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ତାଙ୍କର ବିଭିନ୍ନ ମାଇନିଂ କାର୍ଯ୍ୟ ଚାଲୁଛି। ତେଣୁ ସେ ଅଗ୍ରୱାଲ ମେନସନ୍‌ ଆପର୍ଟମେଣ୍ଟର ତୃତୀୟ ମହଲାରେ ରହୁଥିଲେ।

dead body

dead body

Advertisment

ବାଥ୍‌ ରୁମ୍‌ରୁ ମିଳିଲା ମାଇନିଂ କମ୍ପାନୀ ମାଲିକଙ୍କ ମୃତଦେହ। ତେବେ ତାଙ୍କର ମୃତ୍ୟୁ କେମିତି ହେଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଯୋଡ଼ା ପୁଲିସ୍‌ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି। କମ୍ପାନୀର କିଛି କର୍ମଚାରୀଙ୍କୁ ପୁଲିସ୍‌ ପଚରାଉଚରା କରୁଥିବା ଜଣାପଡ଼ିଛି।

Advertisment

ଛତିଶଗଡ଼ ଭିଲାଇର ରୂପେଶ ମହେନ୍ଦ୍ରନ ଭିକେଏସ୍‌ ମାଇନିଂ କମ୍ପାନୀର ମାଲିକ। କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ତାଙ୍କର ବିଭିନ୍ନ ମାଇନିଂ କାର୍ଯ୍ୟ ଚାଲୁଛି। ତେଣୁ ସେ ଅଗ୍ରୱାଲ ମେନସନ୍‌ ଆପର୍ଟମେଣ୍ଟର ତୃତୀୟ ମହଲାରେ ରହୁଥିଲେ। କମ୍ପାନୀର କର୍ମଚାରୀଙ୍କ କହିବା କଥା, ଗତ ରବିବାର ମାଲିକଙ୍କ ସହିତ ଯୋଗାଯୋଗ ହୋଇଥିଲା। ତା’ପରଠାରୁ ତାଙ୍କ ଫୋନ କଲ୍‌ ଓ ହ୍ୱାଟ୍ସଆପ୍‌ ମେସେଜ ଆସିନଥିଲା। ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଥିଲା। ମାତ୍ର ସେ ଫୋନ୍‌ ରିସିଭ କରୁନଥିଲେ। ଏପରିକି ହ୍ୱାଟ୍ସଆପ୍‌ ମେସେଜର ଜବାବ ଦେଉନଥିଲେ। ତେଣୁ ମନରେ ସନ୍ଦେହ ହେବାରୁ ଆଜି କର୍ମଚାରୀମାନେ କବାଟ ବାଡ଼େଇବା ସହିତ ଡାକିଥିଲେ। ମାତ୍ର ରୂପେଶ କୌଣସି ଉତ୍ତର ନଦେବାରୁ କବାଟ ତାଡ଼ି ଭିତରେ ପଶିଥିଲେ। ସେତେବେଳେ ବାଥ୍‌ ରୁମ୍‌ ଭିତରେ ରୂପେଶଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।

ସୂଚନା ପାଇ ଯୋଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି କମ୍ପାନୀ କର୍ମଚାରୀଙ୍କୁ ପଚରା ଉଚୁରା କରୁଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ୍‌ ରୂପେଶଙ୍କ ମୃତଦେହ ଜବତ କରି ଛାନଭିନ ଚଳାଇଛି।

Advertisment

ଏନେଇ ପୁଲିସ୍‌ କିମ୍ୱା ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ଚମ୍ପୁଆରୁ ଦୀପକ କୁମାର ଶତପଥୀ

Suicide Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe