Advertisment

ଗଞ୍ଜେଇ ଗାଡ଼ି ଧରିଥିଲା ନାର୍କୋଟିକ୍ସ ଟିମ୍, ଲୋକେ ରୋକିଦେବାରୁ ଖସିଗଲା ଜଣେ

କେନ୍ଦୁଝର ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି କିଛି ଘଟଣା।

ଅଦ୍ୟତନ ହୋଇଛି
one escaped

one escaped

Advertisment

ଗଞ୍ଜେଇ ଗାଡ଼ି ଧରିବାକୁ ଯାଇ ହଟହଟା ନାର୍କୋଟିକ୍ସ ଅଧିକାରୀ ଓ ପୂରା ଟିମ୍। ଆଜି କେନ୍ଦୁଝର ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି କିଛି ଘଟଣା। ସ୍ଥାନୀୟ ଜଗମୋହନପୁର ଛକରେ ଏକ କୁଣ୍ଡା ବୋଝେଇ ପିକଅପକୁ ଜବତ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ପିକଅପକୁ ଅଟକାଇବା ପରେ ଦୁଇ ଅଭିଯୁକ୍ତ ଦୌଡ଼ିଥିଲେ।

Advertisment

ଏମାନଙ୍କୁ ଧରିବାକୁ ଯିବା ବେଳେ ଦସ୍ତାଦସ୍ତି ପରିସ୍ଥିତି ହୋଇଥିଲା। ଏହି ସମୟରେ ଏନସିବି ଅଧିକାରୀଙ୍କୁ ନକଲି ପୋଲିସ ଭାବି ଲୋକେ ଘେରି ଯାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଉ ଏହାର ସୁଯୋଗ ନେଇ ଜଣେ ଅଭିଯୁକ୍ତ ନାକୋଟିକ୍ସ ଟିମ୍ ଗାଡ଼ିରୁ ଫେରାର ମାରିଛି।

Accusedଅଭିଯୁକ୍ତମାନେ

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ସେପଟେ ଘଟଣାକୁ ନେଇ ଏନସିବିର ପ୍ରତିକ୍ରିୟା ମିଳିପାରିନି।

Advertisment
NCB Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe