କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝର ଭୂଆଁ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ସନ୍ଧ୍ୟାରେ ଗୋଟିଏ ପରିବାରର ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ସାନ ଭଉଣୀକୁ ହାଣି ବଡ଼ ଭଉଣୀ ନିଜେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି । ଏହି ଗ୍ରାମର ଭିକାରୀ ଦେହୁରୀ ତାଙ୍କ ସ୍ତ୍ରୀ ଜେମା ଦେହୁରୀଙ୍କ ସହ ବିଲକୁ କାମ କରିବାକୁ ଯାଇ ସନ୍ଧ୍ୟା ସମୟରେ ଘରକୁ ଫେରିବା ପରେ ଗୋଟିଏ ଘର ଭିତରୁ କବାଟ ବନ୍ଦ ରହିଥିବା ଦେଖିବାକୁ ପାଇଥିଲେ। କବାଟ ଭାଙ୍ଗି ଦେଖିବା ପରେ ସାନ ଝିଅ ଋକ୍ମଣି ଦେହୁରୀ(୧୪)ର ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ବେଳେ ବଡଝିଅ କ୍ଷୀରମଣୀ ଦେହୁରୀ(୧୭)ଫ୍ୟାନରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ। ସାନ ଭଉଣୀକୁ ହତ୍ୟା କରି ବଡ ଭଉଣୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦ୍ଘାଟିତ ହେଲା ରାଜ୍ୟର ଦୀର୍ଘତମ ଫ୍ଲାଏଓଭର
ଡିଏମ୍ଏଫ ଫଣ୍ଡରୁ ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଫ୍ଲାଏଓଭର।
Accident
ଟ୍ରକ୍ ଧକ୍କାରେ ବାପ-ଝିଅ ମୃତ
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କର ମୃତଦେହକୁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି।
Accident
କାଞ୍ଜିପାଣି ଘାଟିରେ ଯାତ୍ରା ପାର୍ଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ
ଟ୍ରକ୍ରେ ଯାତ୍ରା ପାର୍ଟିର ଜିନିଷପତ୍ର ସହିତ ମୋଟ ୧୨ ଜଣ ଲୋକ ଥିଲେ।
Special
5-T ସ୍କୁଲରେ ହିନ୍ଦୀ ଶିକ୍ଷକ ପଢ଼ାଉଛନ୍ତି ବିଜ୍ଞାନ ଓ ଇଂରାଜୀ
୨୩ ବର୍ଷ ହେଲାଣି ଏହି ଉଚ୍ଚ ବିଦ୍ୟାଳୟରେ ନାହାଁନ୍ତି ବିଜ୍ଞାନ ଓ ଇଂରାଜୀ ଶିକ୍ଷକ। ଦୀର୍ଘ ଦିନରୁ ଫାଙ୍କା ପଡ଼ିଛି ୫ ଜଣ ଶିକ୍ଷକଙ୍କ ପଦବୀ। କେବଳ ସଂସ୍କୃତ, ହିନ୍ଦୀ ଓ ଖେଳ ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ତିଆରି ଚାଲିଛି।
Accident
ଗାଧୋଇ ଫେରୁଥିବା ବେଳେ ବାପଝିଅଙ୍କୁ ଆକ୍ରମଣ କଲା ହାତୀ
ପ୍ରଦୀପ ଓ ତାଙ୍କ ଝିଅ ମାଣିକସାହି ପାଖ ରାଣୀମା ନାଳକୁ ଗାଧୋଇବାକୁ ଯାଇଥିଲେ।