Advertisment

୩୩ କେଭି ଲାଇନ୍ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ଉଚ୍ଚଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ବଡ଼ ମାଇହାତୀର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବୁଧବାର ଭୋରରୁ ୧୮ ଟିକିଆ ହାତୀପଲ ନେଙ୍କଡ଼ାଘର ଜଙ୍ଗଲରେ ଚଳପ୍ରଚଳ କରୁଥିଲେ। ଏହି ସମୟରେ ନରଣପୁର ପାୱାରଗ୍ରୀଡ଼ରୁ ଜଂଘିରା ଆଡ଼କୁ ଯାଇଥିବା ୩୩ କେଭି ଲାଇନର ଏକ ଖୁଣ୍ଟ ସଂସ୍ପର୍ଶରେ ଗୋଟିଏ ମାଇହାତୀ ଆସିଯାଇଥିଲା। ଯାହା ପରେ ହାତୀଟିର ମୃତ୍ୟୁ ଘଟିଥିଲା। ପୂର୍ବରୁ […]

ଅଦ୍ୟତନ ହୋଇଛି
୩୩ କେଭି ଲାଇନ୍ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

elephant

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ଉଚ୍ଚଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ବଡ଼ ମାଇହାତୀର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବୁଧବାର ଭୋରରୁ ୧୮ ଟିକିଆ ହାତୀପଲ ନେଙ୍କଡ଼ାଘର ଜଙ୍ଗଲରେ ଚଳପ୍ରଚଳ କରୁଥିଲେ। ଏହି ସମୟରେ ନରଣପୁର ପାୱାରଗ୍ରୀଡ଼ରୁ ଜଂଘିରା ଆଡ଼କୁ ଯାଇଥିବା ୩୩ କେଭି ଲାଇନର ଏକ ଖୁଣ୍ଟ ସଂସ୍ପର୍ଶରେ ଗୋଟିଏ ମାଇହାତୀ ଆସିଯାଇଥିଲା। ଯାହା ପରେ ହାତୀଟିର ମୃତ୍ୟୁ ଘଟିଥିଲା।

Advertisment

ପୂର୍ବରୁ ସେହି ଖୁଣ୍ଟର ତାର ଶଂଖରୁ ଖସି ପୋଲରେ ଲାଗିଥିଲା ବୋଲି ଅନୁମାନ ହେଉଛି। ତେଣୁ ମାଈ ହାତୀଟିର ଉଚ୍ଚଶକ୍ତି ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ସାଙ୍ଗରେ ଥିବା ଅନ୍ୟ ହାତୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚଡି ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ଡବ୍ଲୁଟିଆଇର ଡା. ବନ୍ଦିତା ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ମୃତ ହାତୀର ସେହିଠାରେ ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ସୂଚନା ମିଳିଛି।

Advertisment

ତେବେ ଉକ୍ତ ବିଦ୍ୟୁତ ଲାଇନ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଅବହେଳା ଜାରଣରୁ ବିଦ୍ୟୁତ ଦୁର୍ଘଟଣାରେ ମାଈ ହାତୀର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ମୃତ ହାତୀର ବୟସ ଆନୁମାନିକ ୧୫ ରୁ ୨୦ ବର୍ଷ ହେବ ବୋଲି ଡିଏଫଓ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe