Advertisment

ଘର ଅଗଣାରେ ପଶି ମହିଳାଙ୍କୁ କଚାଡ଼ିଲା ଦନ୍ତା

ଲକୋଇ(ଓଡ଼ିଶା ରିପୋର୍ଟର) :ଘର ଅଗଣାରେ ପଶି ଏକ ଦନ୍ତା ଜଣେ ମହିଳାଙ୍କୁ କଚାଡ଼ି ମାରିଦେଲା । ଏପରି ଅଭାବନୀୟ ଘଟଣା ଗତ କାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ଜଗମୋହନପୁର ଗାଁରେ ବିଳମ୍ବିତ ରାତିରେ ଘଟିଛି। ମୃତା ମହିଳା ହେଲେ ଜାନକୀ ପ୍ରଧାନ। ଗତ ରାତିରେ ଜାନକୀ ଏକ ଘରେ ଶୋଇଥିବା ବେଳେ ପାଖ ଘରେ ତାଙ୍କ ପିଲାମାନେ ଶୋଇଥିଲେ। ବିଳମ୍ବିତ ରାତିରେ ଗାଁ ଲୋକଙ୍କ ପାଟି ଶୁଣିବାରୁ ସେ ନିଜ ରୁମ୍‌ରୁ ଅଗଣାକୁ […]

ଅଦ୍ୟତନ ହୋଇଛି
ବୃଦ୍ଧାଙ୍କୁ ଦଳିଲା ହାତୀ
Advertisment

ଲକୋଇ(ଓଡ଼ିଶା ରିପୋର୍ଟର) :ଘର ଅଗଣାରେ ପଶି ଏକ ଦନ୍ତା ଜଣେ ମହିଳାଙ୍କୁ କଚାଡ଼ି ମାରିଦେଲା । ଏପରି ଅଭାବନୀୟ ଘଟଣା ଗତ କାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ଜଗମୋହନପୁର ଗାଁରେ ବିଳମ୍ବିତ ରାତିରେ ଘଟିଛି। ମୃତା ମହିଳା ହେଲେ ଜାନକୀ ପ୍ରଧାନ।

Advertisment

ଗତ ରାତିରେ ଜାନକୀ ଏକ ଘରେ ଶୋଇଥିବା ବେଳେ ପାଖ ଘରେ ତାଙ୍କ ପିଲାମାନେ ଶୋଇଥିଲେ। ବିଳମ୍ବିତ ରାତିରେ ଗାଁ ଲୋକଙ୍କ ପାଟି ଶୁଣିବାରୁ ସେ ନିଜ ରୁମ୍‌ରୁ ଅଗଣାକୁ ଚାଲି ଆସିଥିଲେ। ଉକ୍ତ ସମୟରେ ତାଙ୍କ ଅଗଣାରେ ଦନ୍ତାଟି ଛିଡ଼ା ହୋଇଥିବା ବେଳେ ସେ ତାଙ୍କୁ କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଜାନକୀଙ୍କର ଘରର ୩ ପାର୍ଶ୍ୱ ବନ୍ଦ ଥିବା ବେଳେ ବାଡ଼ି ପଟଟି ଖୋଲା ଥିବାରୁ ହାତୀଟି ପଶି ଆସିଥିବା କୁହାଯାଉଛି।

ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ଖବର ପାଇ ବନ ବିଭାଗ ଓ ପୁଲିସ୍‌ ଟିମ୍‌ ପହଞ୍ଚିଛନ୍ତି। ସକାଳ ସୁଦ୍ଧା ମୃତଦେହ ଉଠିପାରି ନ ଥିବା ଜଣାଯାଇଛି। ଗତକାଲି ଏହି ଘଟଣା ପରେ ଦନ୍ତାଟି ଜଙ୍ଗଲ ଅଭିମୁଖେ ପଳାଇ ଯାଇଛି।

Advertisment

ସୂଚନାଯୋଗ୍ୟ, ପୂର୍ବରୁ ଜାନକୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ଜାନକୀଙ୍କ ମୃତ୍ୟୁ ପରେ ତାଙ୍କ ପିଲାମାନେ ଏକୁଟିଆ ହୋଇ ଯାଇଛନ୍ତି। ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe