Advertisment

ହାତୀ ଆକ୍ରମଣରେ କାନ୍ଥ ପଡ଼ି ବର୍ଷକର ଶିଶୁକନ୍ୟା ମୃତ

ଘରର କାନ୍ଥ ପଡ଼ି ଯିବାରୁ ଡାକ ଓ ତାଙ୍କ ପରିବାରର ସମସ୍ତେ ତା’ ତଳେ ଚାପି ହୋଇଯାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Home

Home

କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ସାନ୍ତରାପୁର ମେଣ୍ଢାମୁଣ୍ଡି ସାହିରେ ହାତୀ ଆକ୍ରମଣରେ ଜଣେ ବର୍ଷକର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ତାଙ୍କ ବାପାମା’ ଓ ଭଉଣୀ ଗୁରୁତର ଆହତ ହୋଇଛନ୍ତି।

Advertisment

ସୂଚନ ଅନୁଯାୟୀ, ଗତକାଲି ରାତିରେ ଗାଁର ଡାକ ମୁଣ୍ଡା, ତାଙ୍କ ପତ୍ନୀ ରଶ୍ମିତା ଓ ଦୁଇ ଶିଶୁ କନ୍ୟା ଘରେ ଶୋଇଥିବା ବେଳେ ଏକ ଦନ୍ତା ହାତୀ ଆସି ତାଙ୍କ ଘର ଭାଙ୍ଗି ଦେଇଥିଲା। ଘରର କାନ୍ଥ ପଡ଼ି ଯିବାରୁ ଡାକ ଓ ତାଙ୍କ ପରିବାରର ସମସ୍ତେ ତା’ ତଳେ ଚାପି ହୋଇଯାଇଥିଲେ।

ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଡାକ, ତାଙ୍କ ପତ୍ନୀ ଓ ଦୁଇ ଛୁଆଙ୍କୁ ଘଟଗାଁ ଡାକ୍ତରଖାନାକୁ ନେଇଥିଲେ। ପରେ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ ମୁଣ୍ଡାଙ୍କର ଏକ ବର୍ଷର ଶିଶୁ କନ୍ୟା ମାନସୀ ମୁଣ୍ଡାଙ୍କର ମୃତ୍ୟୁ ଘଟିଥିଲା।

Advertisment

ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି।

Keonjhar Elephant Attack