Advertisment

ଭୋଟ ବେଳେ ଅଦଳ ବଦଳ ହୋଇଗଲା ଇଭିଏମ୍, ତାତିଲେ ଭୋଟର

କେନ୍ଦୁଝର(ପ୍ରଣୟ ପାଣି): ପୌର ଭୋଟ ବେଳେ କେନ୍ଦୁଝରରେ ଇଭିଏମ୍ ଅଦଳ ବଦଳ ହୋଇଥିବା ଅଭିଯୋଗ ହୋଇଛି । ୧୦ ନମ୍ବର ଓ୍ୱାର୍ଡ ସରକାରୀ ମହିଳା ମହାବିଦ୍ୟାଳୟର ୨୪ ନମ୍ବର ବୁଥ୍‌ରେ ଇଭିଏମ୍ ଅଦଳ ବଦଳ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପିର ଚେୟାରମ୍ୟାନ ପ୍ରାର୍ଥୀ ନିକୁ ସାହୁ । ସେ କହିଛନ୍ତି, ଦିନ ପ୍ରାୟ ୧୧ଟା ବେଳେ ବୁଥ୍ ବୁଲିବା ସମୟରେ ଦେଖିଥିଲେ ଯେ, ୨୪ ନମ୍ବର ବୁଥ୍‌ର ଚେୟାରମ୍ୟାନ ଓ କାଉନସିଲର ପଦବୀ ପାଇଁ ଉଦ୍ଦିଷ୍ଟ ଥିବା […]

author-image
Niharika Rout
ଅଦ୍ୟତନ ହୋଇଛି
ଭୋଟ ବେଳେ ଅଦଳ ବଦଳ ହୋଇଗଲା ଇଭିଏମ୍, ତାତିଲେ ଭୋଟର

evm

କେନ୍ଦୁଝର(ପ୍ରଣୟ ପାଣି): ପୌର ଭୋଟ ବେଳେ କେନ୍ଦୁଝରରେ ଇଭିଏମ୍ ଅଦଳ ବଦଳ ହୋଇଥିବା ଅଭିଯୋଗ ହୋଇଛି । ୧୦ ନମ୍ବର ଓ୍ୱାର୍ଡ ସରକାରୀ ମହିଳା ମହାବିଦ୍ୟାଳୟର ୨୪ ନମ୍ବର ବୁଥ୍‌ରେ ଇଭିଏମ୍ ଅଦଳ ବଦଳ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପିର ଚେୟାରମ୍ୟାନ ପ୍ରାର୍ଥୀ ନିକୁ ସାହୁ ।

Advertisment

ସେ କହିଛନ୍ତି, ଦିନ ପ୍ରାୟ ୧୧ଟା ବେଳେ ବୁଥ୍ ବୁଲିବା ସମୟରେ ଦେଖିଥିଲେ ଯେ, ୨୪ ନମ୍ବର ବୁଥ୍‌ର ଚେୟାରମ୍ୟାନ ଓ କାଉନସିଲର ପଦବୀ ପାଇଁ ଉଦ୍ଦିଷ୍ଟ ଥିବା ଇଭିଏମରେ ହଳଦିଆ ଓ ଗୋଲାପୀ ରଙ୍ଗର କାଗଜ ମରା ହୋଇ ନ ଥିଲା । ଚେୟାରମ୍ୟାନ ପଦବୀ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଜାଗାରେ କାଉନସିଲର୍ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ରଖାଯାଇଥିଲା । ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।  ଅଭିଯୋଗ ପରେ ପୋଲିସ ଓ ମାଜିଷ୍ଟ୍ରେଟ ସେଠାରେ ପହଞ୍ଚି ତଦନ୍ତ କରିଛନ୍ତି ।

ପ୍ରିଜାଇଣ୍ଡିଂ ଅଫିସର ଓ ତାଙ୍କ ଅଧିକାରୀମାନେ ଅପଚେଷ୍ଟା କରୁଛନ୍ତି। ଚେୟାରମ୍ୟାନ, କାଉନସିଲର ପାଇଁ ଇଭିଏମ୍‌ ମେଶନି ଏପଟସେପଟ କରି  ବୁଥ୍‌ କ୍ୟାପଚର ପାଇଁ ଚେଷ୍ଟା  ଚଳାଇଥିବା କହିଛନ୍ତି ବିଜେପି ବିଧାୟକ ମୋହନ ମାଝି କହିଛନ୍ତି।

Advertisment
Odisha Municipal Election 2022 Municipal Election Violence