keonjhar
କେନ୍ଦୁଝର (ପ୍ରଣୟ କୁମାର ପାଣି): ୟୁଟ୍ୟୁବ ଦେଖି ଏକ୍ସପେରିମେଣ୍ଟ କରିବା ମହଙ୍ଗା ପଡ଼ିଲା। ଫଳରେ ଯୁବକଙ୍କ ପାପୁଲିର ୫ଟି ଯାକ ଅଙ୍ଗୁଳି କଟି ଯାଇଛି। କେନ୍ଦୁଝର ସଦର ଥାନା ଗୋପୀନାଥପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୋପୀନାଥପୁର ଗାଁର ଦଶରଥ ବେହେରାଙ୍କ ପୁତ୍ର କୃଷ୍ଣଚନ୍ଦ୍ର ବେହେରା ଆଜି ୟୁଟ୍ୟୁବରୁ ଦେଖି କୌଣସି ଏକ ଏକ୍ସପେରିମେଣ୍ଟ କରୁଥିବା ବେଳେ ତାଙ୍କର ବାମ ହାତର ପାପୁଲି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
କୃଷ୍ଣଚନ୍ଦ୍ର +୨ ବିଜ୍ଞାନ ପାସ କରିଛନ୍ତି। ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ରହିଛି। ଯେହେତୁ କୃଷ୍ଣଚନ୍ଦ୍ର ଜଣେ ବିଜ୍ଞାନ ଛାତ୍ର, ତେଣୁ ବିଭିନ୍ନ ସମୟରେ ବିଦ୍ୟୁତ ଉପକରଣକୁ ନେଇ ଭିନ୍ନ ଭିନ୍ନ ଅନୁସନ୍ଧାନ କରିଥାନ୍ତି। ହେଲେ ଆଜି ସେ ୟୁଟ୍ୟୁବରୁ ଏକ ମଡେଲ ଦେଖି ତା ଉପରେ ଅଧିକ ଏକ୍ସପେରିମେଣ୍ଟ କରୁଥିଲେ। କିନ୍ତୁ ହଠାତ୍ କୌଣସି କାରଣରୁ ତାହା ଚାର୍ଜ ହୋଇ କୃଷ୍ଣଚନ୍ଦ୍ରଙ୍କ ବାମ ହାତରେ ବିସ୍ଫୋରଣ ହୋଇଥିଲା।
ଯାହା ଫଳରେ ତାଙ୍କର ପାଞ୍ଚଟି ଆଙ୍ଗୁଳି କଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହେଲେ ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/keonjhar.jpg)