Advertisment

ସାର ନା କରୋନା ନେଇ ଘରକୁ ଫେରିବେ ଚାଷୀ!

ଚିନ୍ମୟ କୁମାର ସାହୁ (ତେଲକୋଇ): ଚଳିତ ମାସ ଆରମ୍ଭରୁ ଜୀବନ ଜୀବିକାକୁ ଆଖିଆଗରେ ରଖି କରୋନା କଟକଣାକୁ ସରକାର ଟିକିଏ କୋହଳ କରିଛନ୍ତି। କିନ୍ତୁ ଏହାରି ଭିତରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । କାରଣ କୋଭିଡର ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି । ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ସାର କିଣିବାକୁ ଚାଷୀଙ୍କ ପ୍ରବଳ ଭିଡ ଦେଖିବାକୁ। ସାର କିଣିବା ସମୟରେ ଚାଷୀମାନେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ […]

author-image
Ranjit Kumar Jena
ସାର ନା କରୋନା ନେଇ ଘରକୁ ଫେରିବେ ଚାଷୀ!

telkoi

ଚିନ୍ମୟ କୁମାର ସାହୁ (ତେଲକୋଇ): ଚଳିତ ମାସ ଆରମ୍ଭରୁ ଜୀବନ ଜୀବିକାକୁ ଆଖିଆଗରେ ରଖି କରୋନା କଟକଣାକୁ ସରକାର ଟିକିଏ କୋହଳ କରିଛନ୍ତି। କିନ୍ତୁ ଏହାରି ଭିତରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । କାରଣ କୋଭିଡର ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି । ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ସାର କିଣିବାକୁ ଚାଷୀଙ୍କ ପ୍ରବଳ ଭିଡ ଦେଖିବାକୁ।

Advertisment

ସାର କିଣିବା ସମୟରେ ଚାଷୀମାନେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି। ଏପରିକି ସମସ୍ତ ଚାଷୀଙ୍କ ମୁହଁରେ ମାସ୍କ ବି ନଥିବା ଦେଖିବାକୁ ମିଳିଛି। ଏପରି ସ୍ଥଳେ ଚାଷୀ ମାନେ ସାର ନେବା ସହିତ ଘରକୁ କରୋନା ନେଇ ଯିବେ ବୋଲି ଖୋଦ ଚାଷୀମାନେ ଆଶଙ୍କା କରିଛନ୍ତି।

ତେଲକୋଇ ବହୁମୁଖୀ ସମବାୟ ସମିତିରୁ ଚାଷୀମାନେ ସବସିଡି ଯୁକ୍ତ ସାର ଚାଷ ପାଇଁ କିଣି ଥାନ୍ତି । ଚଳିତ ବର୍ଷ ସାର ଆସିବାରେ ବିଳମ୍ବ ହେବା ସହିତ ସାର ପରିମାଣ ମଧ୍ୟ ସମବାୟ ସମିତିର ଗୋଦାମରେ କମ୍ ରହିଛି । ଅନ୍ୟପଟେ ମୌସୁମୀ ବର୍ଷା ଠିକ୍ ସମୟରେ ଆସିଥିବାରୁ ଚାଷୀ ଚାଷ କରିବାକୁ ତର ତର ହେଉଛନ୍ତି, ସେଥିପାଇଁ ଚାଷୀଙ୍କ ଭିଡ ହେଉଛି ।

Advertisment

ଏପରି ସ୍ଥଳେ ସମବାୟ ସମିତିର ଶାଖା ଗୁଡିକରେ ସାର ବିକ୍ରି କଲେ ଭିଡ କମନ୍ତା ବୋଲି ଚାଷୀ ମାନେ କହିଛନ୍ତି । ଯେତିକି ଚାଷୀ ଆସିଛନ୍ତି ସେତିକି ସାର ନାହିଁ । ଚାଷୀ ସାର ନେବେ ଆଉ ଘରକୁ କରୋନା ନେଇ ଯିବେ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି ।