Advertisment

ହୁସିଆର! ବାଘ ବୁଲୁଛି, ଜଙ୍ଗଲକୁ କେହି ଯାଆନ୍ତୁ ନାହିଁ

ବଡ଼ଜାମୁପଶି, ଉପରଡ଼ିହା ଓ ଆନନ୍ଦପୁର ଡିଭିଜନର କୋଳିମାଟି ସରପଞ୍ଚଙ୍କୁ ଚିଠି ଲେଖିଛନ୍ତି ଘଟଗାଁ ରେଞ୍ଜର।

author-image
Tapaswini Nayak
ଅଦ୍ୟତନ ହୋଇଛି
tiger

Tiger

‘ହୁସିଆର! ବୁଲୁଛି ବାଘ। ଜଙ୍ଗଲକୁ କେହି ଯାଆନ୍ତୁ ନାହିଁ। ଗୃହପାଳିତ ପଶୁକୁ ଛାଡ଼ନ୍ତୁ ନାହିଁ।’ ଏମିତି କିଛି ନିର୍ଦ୍ଦେଶନାମା ଜାରି କରିଛି କେନ୍ଦୁଝର ଘଟଗାଁ ବନ ବିଭାଗ।

Advertisment

ଜଙ୍ଗଲରେ ବାଘ ବୁଲୁଥିବା ନେଇ କେନ୍ଦୁଝର ଅଟେଇ ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ ବାରଣ ହୋଇଛିା ଲୋକେ ନିଜେ ଯାଆନ୍ତୁନି କିମ୍ବା ଗୃହପାଳିତ ପଶୁଙ୍କୁ ଛାଡ଼ନ୍ତୁନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜଙ୍ଗଲରେ ବାଘ ବୁଲୁଥିବା ସୂଚନା ମିଳିବା ପରେ ବନବିଭାଗ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛିା ଏନେଇ ୩ଟି ପଞ୍ଚାୟତ- ବଡ଼ଜାମୁପଶି, ଉପରଡିହା ଓ ଆନନ୍ଦପୁର ଡିଭିଜନର କୋଳିମାଟି ସରପଞ୍ଚଙ୍କୁ ଚିଠି ଲେଖିଛନ୍ତି ଘଟଗାଁ ରେଞ୍ଜର। ଏଥିସହ ୪୦ଜଣ ମଇଁଷି ମାଲିକଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। 

ରେଞ୍ଜର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସର୍ବସଧାରଣମାନଙ୍କୁ ଜଣାଇ ଦିଆଯାଉଛି ଯେ ଅଟେଇ ସଂକ୍ଷିତ ଜଙ୍ଗଲରେ ବାଘ ବୁଲୁଛି। ଏଥିପାଇଁ ଜଙ୍ଗଲକୁ କେହି ପ୍ରବେଶ କରନ୍ତୁ ନାହିଁ କିମ୍ବା ଗୃହପାଳିତ ପଶୁକୁ ଛାଡ଼ନ୍ତୁ ନାହିଁ। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆପଣଙ୍କର କିମ୍ବା ଗୃହପାଳିତ ପଶୁମାନଙ୍କର କୌଣସି କ୍ଷତି ହେଲେ ବନ୍ୟ ଜନ୍ତୁ ସଂକ୍ଷିତ ନିୟମ ଅନୁଯାୟୀ ଆପଣଙ୍କ କୌଣସି କ୍ଷତିପୂରଣ ଦିଆଯିବ ନାହିଁ।

Advertisment
Keonjhar