Advertisment

ଘଞ୍ଚ ଜଙ୍ଗଲରେ ପାଠ ପଢ଼ିଲେ ଫରେଷ୍ଟ ଗାର୍ଡ, ଦେଖିଲେ କେସ୍‌ ଷ୍ଟଡି

ହାତୀଙ୍କ ବିଷୟରେ ପ୍ରାକ୍ଟିକାଲ ଜ୍ଞାନ ଆହରଣ କଲେ ଫରେଷ୍ଟ ଗାର୍ଡ । ସେମାନଙ୍କ ଆଚରଣ, ବ୍ୟବହାର, ଆକ୍ରମଣାତ୍ମକ ମନୋଭବା ସମ୍ପର୍କରେ ଜାଣିବା ସହ ଏକ ମୃତ ହାତୀ ଛୁଆର ବ୍ୟବଚ୍ଛେଦ ବି ଦେଖିବାକୁ ପାଇଲେ।

Case Study in Jungle

Case Study in Jungle

Advertisment

ଚାରିଆଡ଼େ ଘଞ୍ଚ ଜଙ୍ଗଲ। ମଝିରେ ହେଲା ପାଠପଢ଼ା। ମିଳିଲା ପ୍ରାକ୍ଟିକାଲ ଜ୍ଞାନ। ଦେଖିଲେ କେସ୍‌ ଷ୍ଟଡି। ଏପରି ପାଠପଢ଼ା ଭବିଷ୍ୟତରେ ଖୁବ୍‌ ସହାୟକ ହେବ ବୋଲି କେନ୍ଦୁଝର ଜିଲ୍ଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଫରେଷ୍ଟ ଗାର୍ଡ କହିଛନ୍ତି। ହାତୀଙ୍କ ବିଷୟରେ ପ୍ରାକ୍ଟିକାଲ ଜ୍ଞାନ ଆହରଣ କଲେ । ସେମାନଙ୍କ ଆଚରଣ, ବ୍ୟବହାର, ସେମାନଙ୍କ ଆକ୍ରମଣାତ୍ମକ ମନୋଭବା ସମ୍ପର୍କରେ ଜାଣିବା ସହ ଏକ ମୃତ ହାତୀ ଛୁଆର ବ୍ୟବଚ୍ଛେଦ ବି ଦେଖିବାକୁ ପାଇଲେ। ଏସବୁ ଦୃଶ୍ୟ ଗତକାଲି କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅଧିନ କଳାପାଟ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି।

Advertisment

କେନ୍ଦୁଝର ଜିଲ୍ଲାରେ ନୂତନ ଭାବେ ନିୟୋଜିତ ହୋଇଛନ୍ତି ୨୩ ଫରେଷ୍ଟ ଗାର୍ଡ । ଏହି ଫରେଷ୍ଟ ଗାର୍ଡଙ୍କୁ ହାତୀଙ୍କ ବିଷୟରେ ପ୍ରାକ୍ଟିକାଲ ଜ୍ଞାନ ଦେବାକୁ ଗତକାଲି ଜଙ୍ଗଲରେ ପାଠ ପଢ଼ାଇଲେ ଡିଏଫଓ।

ଗତକାଲି ଏହି ଜଙ୍ଗଲରେ ବର୍ଷକର ଏକ ଛୁଆ ହାତୀ ର ଗଳିତ ମୃତଦେହ ଠାବ ହୋଇଥିଲା । ମୃତ ହାତୀ ଛୁଆଟି ଏକ ୩୫ ଟିକିଆ ହାତୀ ଦଳରେ ରହିଥିଲା । ଦଳରେ ଥିବା ଏକ ଦନ୍ତା ଆକ୍ରମରେ ଛୁଆ ହାତୀଟିର ମୃତ୍ୟୁ ହୋଇଥିଲା । ମୃତ ହାତୀକୁ କିପରି ବ୍ୟବଚ୍ଛେଦ କରାଯାଏ, ହାତୀ ମୃତ୍ୟୁର କାରଣ କିପରି ଜଣା ପଡ଼ିବ, ତାହା ଉପରେ ଶିକ୍ଷା ଦିଆଯାଇଥିଲା।

Advertisment

କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ହାତୀଙ୍କ ବିଭିନ୍ନ ପ୍ରକାର ଆଚରଣ ତଥାଳ ସେମାନଙ୍କ ବ୍ୟବହାର ଉପରେ ଫରେଷ୍ଟ ଗାର୍ଡମାନଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ଏହାବାଦ ହାତୀଙ୍କ ସୁରକ୍ଷା, ପରିବେଶ ସହିତ ସେମାନଙ୍କ ସମ୍ପର୍କ ତଥା ମୃତ୍ୟୁ କାରଣ ଜାଣିବାର ଉପାୟ ସମ୍ପର୍କ ଉପରେ ସୂଚନା ଦେଇଥିଲେ।

ଏହି କେସ ଷ୍ଟଡିରେ ବହୁତ କିଛି ଶିଖିବାକୁ ମିଳିଥିବା ନୂତନ ଭାବେ ନିଯୁକ୍ତି ପାଇଥିବା ଫରେଷ୍ଟ ଗାର୍ଡମାନେ ପ୍ରକାଶ କରିଛନ୍ତି । ନବନିଯୁକ୍ତ ଫରେଷ୍ଟ ଗାର୍ଡଙ୍କ ମଧ୍ୟରେ ବହୁ ଉଚ୍ଚ ଶିକ୍ଷିତ ଯୁବକଯୁବତୀ ଥିବାରୁ ଏ ଶିକ୍ଷା ଭବିଷ୍ୟତରେ ସେମାନଙ୍କୁ ଦକ୍ଷ ଭାବେ କାମ କରିବାକୁ ସୁଯୋଗ ଆଣିଦେବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି।

Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe