Advertisment

ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦେଓଗାଁ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

author-image
Tapaswini Nayak
police station

police station

ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦେଓଗାଁ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତ ହୋମଗାର୍ଡ ଜଣଙ୍କ ହେଉଛନ୍ତି ତରୀମୂଳ ଗାଁର ସୁରେଶ କୁମାର ରାଉତ।

Advertisment

ସୁରେଶ ଗତକାଲି ବିଳମ୍ବିତ ରାତିରେ ଦେଓଗାଁ ବ୍ରିଜ ନିକଟରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ତାଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିବା ଜଣାପଡ଼ିଛି। ସୁରେଶଙ୍କ ସାଙ୍ଗରେ ଅନ୍ୟ ଜଣେ କର୍ମଚାରି ଥିଲେ। ହେଲେ ତାଙ୍କର କିଛି ହୋଇ ନାହିଁ। ଘଷିପୁରା ଥାନା ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Keonjhar Road Accident