କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଝୁମ୍ପୁରା ଥାନା ଅର୍ଶଳା ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଢେଙ୍କିକୋଟ କେତାଙ୍ଗ ଗ୍ରାମର ତାପସ ଗିରି ତାଙ୍କ ପତ୍ନୀ କୁମୁଦିନୀଙ୍କୁ ନେଇ ଏକ ମୋଟର ସାଇକେଲରେ ନିଜ ଗ୍ରାମରୁ କର୍ମ କ୍ଷେତ୍ର ଯୋଡ଼ାକୁ ଯାଉଥିଲେ। ଏହି ସମୟରେ 20 ନଂ ଜାତୀୟ ରାଜପଥ ଝୁମ୍ପୁରା ଥାନା ଅର୍ଶଳା ନିକଟରେ ଏକ ୧୪ ଚକିଆ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ସ୍ୱାମୀ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି। ଦୁର୍ଘଟଣା ଘଟାଇ ଗାଡିଟି ପଳାଉଥିବା ସମୟରେ ସ୍ଥାନୀୟ ଲୋକମାନେ ପିଛାକରି କିଛି ଦୂରରେ ଗାଡିକୁ ଅଟକାଇ ଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଛି । ପୁଲିସ ରାସ୍ତାରୁ ମୃତଦେହକୁ ଉଦ୍ଧାର କରି ଝୁମ୍ପୁରା ମେଡିକାଲକୁ ନେଇଥିବାବେଳେ ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦ୍ଘାଟିତ ହେଲା ରାଜ୍ୟର ଦୀର୍ଘତମ ଫ୍ଲାଏଓଭର
ଡିଏମ୍ଏଫ ଫଣ୍ଡରୁ ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଫ୍ଲାଏଓଭର।
Accident
ଟ୍ରକ୍ ଧକ୍କାରେ ବାପ-ଝିଅ ମୃତ
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କର ମୃତଦେହକୁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି।
Accident
କାଞ୍ଜିପାଣି ଘାଟିରେ ଯାତ୍ରା ପାର୍ଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ
ଟ୍ରକ୍ରେ ଯାତ୍ରା ପାର୍ଟିର ଜିନିଷପତ୍ର ସହିତ ମୋଟ ୧୨ ଜଣ ଲୋକ ଥିଲେ।
Special
5-T ସ୍କୁଲରେ ହିନ୍ଦୀ ଶିକ୍ଷକ ପଢ଼ାଉଛନ୍ତି ବିଜ୍ଞାନ ଓ ଇଂରାଜୀ
୨୩ ବର୍ଷ ହେଲାଣି ଏହି ଉଚ୍ଚ ବିଦ୍ୟାଳୟରେ ନାହାଁନ୍ତି ବିଜ୍ଞାନ ଓ ଇଂରାଜୀ ଶିକ୍ଷକ। ଦୀର୍ଘ ଦିନରୁ ଫାଙ୍କା ପଡ଼ିଛି ୫ ଜଣ ଶିକ୍ଷକଙ୍କ ପଦବୀ। କେବଳ ସଂସ୍କୃତ, ହିନ୍ଦୀ ଓ ଖେଳ ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ତିଆରି ଚାଲିଛି।
Accident
ଗାଧୋଇ ଫେରୁଥିବା ବେଳେ ବାପଝିଅଙ୍କୁ ଆକ୍ରମଣ କଲା ହାତୀ
ପ୍ରଦୀପ ଓ ତାଙ୍କ ଝିଅ ମାଣିକସାହି ପାଖ ରାଣୀମା ନାଳକୁ ଗାଧୋଇବାକୁ ଯାଇଥିଲେ।