Advertisment

ଟ୍ରକ୍‌ ଧକ୍କାରେ ସ୍ଵାମୀ-ସ୍ତ୍ରୀ ମୃତ

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଝୁମ୍ପୁରା ଥାନା ଅର୍ଶଳା ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଢେଙ୍କିକୋଟ କେତାଙ୍ଗ ଗ୍ରାମର ତାପସ ଗିରି ତାଙ୍କ ପତ୍ନୀ କୁମୁଦିନୀଙ୍କୁ ନେଇ ଏକ ମୋଟର ସାଇକେଲରେ ନିଜ ଗ୍ରାମରୁ କର୍ମ କ୍ଷେତ୍ର ଯୋଡ଼ାକୁ ଯାଉଥିଲେ। ଏହି  ସମୟରେ 20 ନଂ ଜାତୀୟ ରାଜପଥ ଝୁମ୍ପୁରା ଥାନା ଅର୍ଶଳା ନିକଟରେ ଏକ ୧୪ ଚକିଆ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେଇଥିଲା । […]

ଟ୍ରକ୍‌ ଧକ୍କାରେ ସ୍ଵାମୀ-ସ୍ତ୍ରୀ ମୃତ

790

Advertisment

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଝୁମ୍ପୁରା ଥାନା ଅର୍ଶଳା ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଢେଙ୍କିକୋଟ କେତାଙ୍ଗ ଗ୍ରାମର ତାପସ ଗିରି ତାଙ୍କ ପତ୍ନୀ କୁମୁଦିନୀଙ୍କୁ ନେଇ ଏକ ମୋଟର ସାଇକେଲରେ ନିଜ ଗ୍ରାମରୁ କର୍ମ କ୍ଷେତ୍ର ଯୋଡ଼ାକୁ ଯାଉଥିଲେ। ଏହି  ସମୟରେ 20 ନଂ ଜାତୀୟ ରାଜପଥ ଝୁମ୍ପୁରା ଥାନା ଅର୍ଶଳା ନିକଟରେ ଏକ ୧୪ ଚକିଆ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ସ୍ୱାମୀ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି। ଦୁର୍ଘଟଣା ଘଟାଇ  ଗାଡିଟି ପଳାଉଥିବା ସମୟରେ  ସ୍ଥାନୀୟ ଲୋକମାନେ ପିଛାକରି କିଛି ଦୂରରେ ଗାଡିକୁ ଅଟକାଇ ଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଛି । ପୁଲିସ ରାସ୍ତାରୁ ମୃତଦେହକୁ ଉଦ୍ଧାର କରି ଝୁମ୍ପୁରା ମେଡିକାଲକୁ ନେଇଥିବାବେଳେ ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe