Advertisment

ସ୍ତ୍ରୀକୁ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

୧୮ ମାସ ତଳେ ସୁଲୋଚନାଙ୍କୁ ରଥିଆ ବିବାହ କରିଥିଲେ।

ଅଦ୍ୟତନ ହୋଇଛି
Brutally murdered

Brutally murdered

Advertisment

ସ୍ତ୍ରୀକୁ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରଗଡା ଗାଁ’ରେ ଏହି ଘଟଣା ଘଟିଛି। ପୁଲିସ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ରଗଡା ଗାଁ’ର ରଥିଆ ସେଠି ତା’ଙ୍କ ସ୍ତ୍ରୀ ସୁଲୋଚନା ସେଠିକୁ ହାଣି ହତ୍ୟା କରିଥିଲେ। ଆଜି ସକାଳେ ରଥିଆ ତେଲକୋଇ ଥାନାରେ ଆତ୍ମସମର୍ପଣ କରିଥିଲେ। ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ କରୁଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

Advertisment

ସେପଟେ ଯୌତୁକ ପାଇଁ ସୁଲୋଚନାକୁ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ ହୋଇଛି। ସୁଲୋଚନାଙ୍କ ଭାଇ ହିମାଂଶୁ ବେହେରା ଅଭିଯୋଗ କରିଛନ୍ତି, ୧୮ ମାସ ତଳେ ସୁଲୋଚନାଙ୍କୁ ରଥିଆ ବିବାହ କରିଥିଲେ। ବିବାହ ପର ଠାରୁ ସୁଲୋଚନାଙ୍କୁ ରଥିଆ ଶାରିରୀକ ନିର୍ଯାତନା ଦେଉଥିଲେ। ଗତ ମାସରେ ରଥିଆଙ୍କ ଦାବି ଆନୁଯାଇ ଏକ ଟିଭି ଦିଆଯାଇଥିଲା। ତଥାପି ଅଧିକ ଜିନିଷ ରଥିଆ ଦାବି କରି ସୁଲୋଚନାକୁ ମାଡ଼ ମାରୁଥିଲେ ବୋଲି ସୁଲୋଚନାଙ୍କ ଭାଇ ଅଭିଯୋଗ କରିଛନ୍ତି।

ତେବେ ପଡୋଶୀ ମାନଙ୍କ କହିବା ଆନୁଯାଇ ସୁଲୋଚନାଙ୍କ କୌଣସି ସନ୍ତାନ ହେଉନଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବହୁ ସମୟରେ ଝଗଡା ଲାଗୁଥିଲା। ଗତକାଲି ସଂନ୍ଧ୍ୟା ସମୟରୁ କୌଣସି କଥାକୁ ନେଇ ରଥିଆଙ୍କ ଘରେ ଝଗଡା ଲାଗିଥିଲା। ରଥିଆଙ୍କ ବାପା ସିରିଆ ସେଠି ଓ ମା’ ମଣ୍ଡେଇ ସେଠି ସଂନ୍ଧ୍ୟା ବେଳେ ଝଗଡା ସମୟରେ ଥିଲେ। ରାତିରେ ଖାଇ ପିଇ ସାରି ବାପା, ମା’ ଅନ୍ୟ ଏକ ଘରକୁ ଶୋଇବାକୁ ଯାଇଥିଲେ। ଆଜି ସକାଳୁ ସୁଲୋଚନାଙ୍କୁ ରଥିଆ ହାଣି ହତ୍ୟା କରିଥିବା ଜଣାପଡିଥିଲା।

Advertisment
Husband, Wifeରଥିଆ ସେଠି ଓ ତା’ଙ୍କ ସ୍ତ୍ରୀ ସୁଲୋଚନା ସେଠି।

ସଦର ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି, ତଦନ୍ତ ଚାଲୁଛି। ତଦନ୍ତ ସରିବା ପରେ ପ୍ରକୃତ ଘଟଣା ଜଣାପଡିବ।

ରିପୋର୍ଟ ତେଲକୋଇରୁ ଚିନ୍ମୟ କୁମାର ସାହୁ

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe