Advertisment

ନିଜ ଭୁଲ୍‌ ବୁଝିପାରିଲେ ରବି, ୪ ଦିନ ପରେ ଘରକୁ ଫେରିଲେ ଜାନକୀ

ସ୍ୱାମୀଙ୍କ ଅଗୋଚରରେ ଜାନକୀ ତେଲକୋଇ ମେଡ଼ିକାଲ୍‌ରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିଲେ। ପରେ ସେ ଘରକୁ ଫେରିଥିଲେ। ଏକଥା ରବି ଜାଣିବା ପରେ ଜାନକୀଙ୍କୁ ଘରୁ ବାହାର କରିଦେଇଥିଲେ ରବି। ଘରେ ପଶିଲେ ତୀର ମାରିଦେବେ ବୋଲି ଧମକ ଦେଇଥିଲେ।

ଅଦ୍ୟତନ ହୋଇଛି
Telkoi

Telkoi

Advertisment

ନିଜ ଭୁଲ୍‌ ବୁଝି ପାରିଲେ ରବି ଦେହୁରୀ। ବୁଝାସୁଝା ପରେ ପତ୍ନୀ ଜାନକୀଙ୍କୁ ଘରକୁ ଫେରାଇ ନେଲେ। ଏବେ ସ୍ୱାମୀ ଓ ସ୍ତ୍ରୀ ପିଲାମାନଙ୍କ ସହ ନିଜ ସ୍ୱର୍ଗର କୁଡ଼ିଆରେ ରହୁଛନ୍ତି। ସ୍ୱାମୀଙ୍କ ଅଗୋଚରରେ ଜାନକୀ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ପତ୍ନୀଙ୍କୁ ଘରୁ ବାହାର କରିଦେଇଥିଲେ ରବି। ଏହି ଖବର ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା।

Advertisment

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ସଲେଇକେନା ପଞ୍ଚାୟତ ଡ଼ିମିରିଆ ଗାଁର ରବି ଦେହୁରୀଙ୍କ ପତ୍ନୀ ହେଉଛନ୍ତି ଜାନକୀ। ସେ ୧୧ଟା ଛୁଆ  ଜନ୍ମ କରିସାରିଲେ। ସେଥିରୁ ଗୋଟିଏ ପିଲାର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୧୦ ପିଲା ଘରେ ଅଛନ୍ତି। ବଡ଼ ଝିଅର ବୟସ ୧୭ ବର୍ଷ ହୋଇଥିବା ବେଳେ ସାନ ପିଲାଟି ମାସେ ତଳେ ଜନ୍ମ ହୋଇଥିଲା। ବାରମ୍ୱାର ପ୍ରସବ କାରଣରୁ ଜାନକୀ ରକ୍ତହୀନତାର ଶିକାର ହୋଇଥିଲେ ଜାନକୀ। ଯେଉଁଥିପାଇଁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ।

ସ୍ୱାମୀଙ୍କ ଅଗୋଚରରେ ଜାନକୀ ତେଲକୋଇ ମେଡ଼ିକାଲ୍‌ରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିଲେ। ପରେ ସେ ଘରକୁ ଫେରିଥିଲେ। ଏକଥା ରବି ଜାଣିବା ପରେ ଜାନକୀଙ୍କୁ ଘରୁ ବାହାର କରିଦେଇଥିଲେ ରବି। ଘରେ ପଶିଲେ ତୀର ମାରିଦେବେ ବୋଲି ଧମକ ଦେଇଥିଲେ। ଯେଉଁଥିପାଇଁ ଜାନକୀ ଜୀବନ ବିକଳରେ ଘରୁ ବାହାରି ଯାଇଥିଲେ। ସେ ଘର ସମ୍ମୁଖରେ ଥିବା ଏକ ଆମ୍ୱଗଛ ମୂଳରେ ରହୁଥିଲେ। ଗାଁ ଲୋକେ ତାଙ୍କୁ ବହୁ ବୁଝାଇ ଥିଲେ ମଧ୍ୟ ସେ ବୁଝିନଥିଲେ।

Advertisment

ତେବେ ଏନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବ୍ଲକ ପ୍ରଶାସନ। ଆମ୍ୱଗଛ ମୂଳରେ ରହୁଥିବା ମାଆ ଓ ଛୁଆଙ୍କୁ ଉଦ୍ଧାର କରି ତେଲ୍‌କୋଇ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ପ୍ରଶାସନିକ ଅଧିକାରୀମାନେ ଗାଁକୁ ଯାଇ ରବିଙ୍କୁ ବୁଝୁସୁଝା କରିଥିଲେ। ମାତ୍ର ସେମାନେ ନିରାଶ ହୋଇଥିଲେ। ପରେ ଭୂଇଁଆ ସମାଜର କର୍ମକର୍ତ୍ତା ଓ କେନ୍ଦୁଝର ଗୋପବନ୍ଧୁ ସେବା କେନ୍ଦ୍ରର ୩ ଜଣିଆ ପ୍ରତିନିଧି ଦଳ ରବିଙ୍କ ଘରେ ପହଞ୍ଚି ଥିଲେ। ତାଙ୍କୁ ବହୁ ବୁଝାସୁଝା କରି ମନ ଭିତରେ ବସାବାନ୍ଧି ଥିବା କୁସଂସ୍କାର ଦୂର କରିଥିଲେ। ତା’ପରେ ରବି ନିଜ ଧର୍ମ ପତ୍ନୀଙ୍କୁ ଘରକୁ ନେବା ପାଇଁ ରାଜି ହୋଇଥିଲା। ମେଡ଼ିକାଲ୍‌ରେ ପହଞ୍ଚି ଜାନକୀଙ୍କ ହାତ ଧରି ଘରକୁ ନେଇଯାଇଛନ୍ତି। ରବିଙ୍କ ୫ ପିଲାଙ୍କୁ ସ୍କୁଲରେ ନାମ ଲେଖାଇବାର ବ୍ୟବସ୍ଥା ମଧ୍ୟ ପ୍ରଶାସନ ତରଫରୁ କରାଯାଇଛି।

ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ

Keonjhar Superstition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe