Advertisment

ହାତୀ ମୃତ୍ୟୁ ଘଟଣାରେ ୩ ଜଣଙ୍କ ନାଁରେ ମାମଲା ରୁଜୁ, ଆଉ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

ହାତୀଟି ଏକ ବିଦ୍ୟୁତ୍‌ ଖୁଣ୍ଟର ଷ୍ଟେ ତାର ସଂସ୍ପର୍ଶରେ ଆସିଯାଇଥିଲା, ଯେଉଁଥିରେ ବିଦ୍ୟୁତ୍ ପ୍ରବାହିତ ହେଉଥିଲା।

author-image
Jitendra Garnayak
Elephant

Elephant

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ବାମେବାରି ଫରେଷ୍ଟ ସେକ୍ସନ ନୟାଗଡ଼ ବିଟ୍ ବସନ୍ତପୁର ଜଡ଼ିପଦାସାହିରେ ରବିବାର (ଗତକାଲି) ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର ଡିଏଫଓ ମୋଟ ୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଟିପିଏନ୍‌ଓଡିଏଲ୍‌ର ଜଣେ ଜେଇ ଓ ଦୁଇ ଜଣ ଲାଇନ୍‌ମ୍ୟାନ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ବାମେବାରି ଫରେଷ୍ଟର ଓ ଚମ୍ପୁଆ ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେହିପରି ଟିପିଏନ୍‌ଓଡିଏଲ୍‌ର ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

Advertisment

ହାତୀ ଟି ଶନିବାର ରାତିରେ ଖାଦ୍ୟ ଅନ୍ୱେଷଣରେ ଉକ୍ତ ଅଞ୍ଚଳରେ ବୁଲୁଥିଲା। ରବିବାର ସକାଳ ପ୍ରାୟ ୫ଟାରୁ ୬ଟା ଭିତରେ ହାତୀଟି ଏକ ବିଦ୍ୟୁତ୍‌ ଖୁଣ୍ଟର ଷ୍ଟେ ତାର ସଂସ୍ପର୍ଶରେ ଆସିଯାଇଥିଲା। ସେତେବେଳେ ଷ୍ଟେ ତା’ରରେ ବିଦ୍ୟୁତ୍ ପ୍ରବାହିତ ହେଉଥିଳଶ ବା ତାହା ଚାର୍ଜ ହୋଇଯାଇଥିଲା। ଫଳରେ ବିଦ୍ୟୁତ୍ ଆଘାତରେ ହାତୀଟିର ମୃତ୍ୟୁ ହୋଇଯାଇଥିଲା।

ଉକ୍ତ ବିଦ୍ୟୁତ୍‌ ଖୁଣ୍ଟର ଷ୍ଟେ ତାରରେ ଇନ୍‌ସ୍ୟୁଲେଟର ଲାଗି ନଥିଲା। ଗତକାଲି ବନ ବିଭାଗ ପକ୍ଷରୁ କରାଯାଇଥିବା ଦାବି ଅନୁଯାୟୀ ଉକ୍ତ ବିଦ୍ୟୁତ୍ ଖୁଣ୍ଟରେ ତ୍ରୁଟି ଥିବା ନେଇ ବିଦ୍ୟୁତ୍ ବିଭାଗକୁ ସେମାନେ ଅବଗତ କରାଇଥିଲେ। କିନ୍ତୁ ବିଦ୍ୟୁତ୍ ବିଭାଗ ସେଥିପ୍ରତି ଗୁରୁତ୍ୱ ଦେଇ ନଥିଲା। ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଏହି ଅଞ୍ଚଳ ଦେଇ ହାତୀ ଅତିକ୍ରମ କରୁଥିବା ନେଇ ଶନିବାର ବନ ବିଭାଗ ପକ୍ଷରୁ ସେମାନଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା। ତେଣୁ ସେହି ରୁଟ୍‌ରେ ପାୱାର କଟ୍ କରାଯାଇ ନଥିଲା।

Advertisment
Keonjhar Elephant Death Dfo