Advertisment

୨୫ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଯୋଜନା ଅଧିକାରୀ

କେନ୍ଦୁଝର (ପ୍ରଣୟ କୁମାର ପାଣି): ଘର ପ୍ଲାନ ଅନୁମୋଦନ କରି ଦେବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରା ପଡିଲେ ଯୋଜନା ଅଧିକାରୀ। କେନ୍ଦୁଝର ସହରରେ ଏଭଳି ମାମଲା ସାମ୍ନାକୁ ଆସିଛି। ସହର ଯୋଜନା କେନ୍ଦୁଝର ଶାଖାର ଯାଞ୍ଚ ଅଧିକାରୀ ନିମାଇଁ ଚରଣ ସାହୁ ଜଣେ ବ୍ୟକ୍ତିଙ୍କ ଛାତ ଘର ପ୍ଲାନ ଅନୁମୋଦନ ନିମନ୍ତେ ୪୦ ହଜାର ଟଙ୍କା ଦାବି କରିଥିଲେ। ତେବେ ଟଙ୍କା ନଦେବାରୁ ନିମାଇଁ ସାହୁ ଉକ୍ତ ବ୍ୟକ୍ତିଙ୍କୁ […]

୨୫ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଯୋଜନା ଅଧିକାରୀ

keonjhar

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): ଘର ପ୍ଲାନ ଅନୁମୋଦନ କରି ଦେବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରା ପଡିଲେ ଯୋଜନା ଅଧିକାରୀ। କେନ୍ଦୁଝର ସହରରେ ଏଭଳି ମାମଲା ସାମ୍ନାକୁ ଆସିଛି। ସହର ଯୋଜନା କେନ୍ଦୁଝର ଶାଖାର ଯାଞ୍ଚ ଅଧିକାରୀ ନିମାଇଁ ଚରଣ ସାହୁ ଜଣେ ବ୍ୟକ୍ତିଙ୍କ ଛାତ ଘର ପ୍ଲାନ ଅନୁମୋଦନ ନିମନ୍ତେ ୪୦ ହଜାର ଟଙ୍କା ଦାବି କରିଥିଲେ।

Advertisment

ତେବେ ଟଙ୍କା ନଦେବାରୁ ନିମାଇଁ ସାହୁ ଉକ୍ତ ବ୍ୟକ୍ତିଙ୍କୁ ବହୁତ ହଇରାଣ ହରକତ କରିଥିଲେ। ଯାହା ପରେ ବ୍ୟକ୍ତି ଜଣକ ୨୫ ହଜାର ଦେବାକୁ ରାଜି ହୋଇଥିଲେ। କିନ୍ତୁ ବ୍ୟକ୍ତି ଜଣକ ଚତୁରତାର ପରିଚୟ ଦେଇ କେନ୍ଦୁଝର ଭିଜିଲାନ୍ସକୁ ଏ ବାବଦରେ ଅବଗତ କରାଇଥିଲେ।

ଯୋଜନା ମୁତାବକ ଆଜି ସନ୍ଧ୍ୟାରେ ୨୫ ହଜାର ଟଙ୍କା ନେବା ବେଳେ ଲାଞ୍ଚୁଆ ନିମାଇଁ ଚରଣ ସାହୁଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ। ତାଙ୍କଠାରୁ ଦିଆଯାଇଥିବା ରଙ୍ଗ ଲଗା ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏଥି ସହ ତାଙ୍କ ଅଫିସ, କେନ୍ଦୁଝର ସ୍ଥିତ ବାସଭବନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe