ପଲିଥିନ୍ ତଳେ ବିତୁଛି ଜୀବନ

କେନ୍ଦୁଝର(ପ୍ରଣୟ କୁମାର ପାଣି):  ଗରିବ ଲୋକଙ୍କ ପାଇଁ ସରକାରଙ୍କ ରହିଛି କେତେ କ’ଣ ଯୋଜନା । କିନ୍ତୁ ପ୍ରକୃତ ହିତାଧିକାରୀ ଉକ୍ତ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ପ୍ରକୃତ ବାସହୀନ ପାଉନାହାନ୍ତି ଆବାସ ଯୋଜନାରେ ଘର। ସାହାରପଡା ବ୍ଳକ ଉଦୟପୁର ମଉଦୀପା ଗାଁର ମାଙ୍କଡଡିହା ସାହିରୁ ଆସିଛି ଏମିତି ଅଭିଯୋଗ।  ଘର ଖଣ୍ଡେନାହିଁ । ଛିଣ୍ଡା ଜରି ତଳେ ବିତୁଛି ଜିବନ । ଘର ଭିତରୁ ଦିନରେ ସୂର୍ଯ୍ୟ , ରାତିରେ ଜହ୍ନ ଦେଖା ଯାଉଛି । […]

4bv

4bv

Tapas Behera
  • Published: Wednesday, 01 September 2021
  • Updated: 01 September 2021, 04:14 PM IST

Sports

Latest News

କେନ୍ଦୁଝର(ପ୍ରଣୟ କୁମାର ପାଣି):  ଗରିବ ଲୋକଙ୍କ ପାଇଁ ସରକାରଙ୍କ ରହିଛି କେତେ କ’ଣ ଯୋଜନା । କିନ୍ତୁ ପ୍ରକୃତ ହିତାଧିକାରୀ ଉକ୍ତ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ପ୍ରକୃତ ବାସହୀନ ପାଉନାହାନ୍ତି ଆବାସ ଯୋଜନାରେ ଘର। ସାହାରପଡା ବ୍ଳକ ଉଦୟପୁର ମଉଦୀପା ଗାଁର ମାଙ୍କଡଡିହା ସାହିରୁ ଆସିଛି ଏମିତି ଅଭିଯୋଗ।  ଘର ଖଣ୍ଡେନାହିଁ । ଛିଣ୍ଡା ଜରି ତଳେ ବିତୁଛି ଜିବନ । ଘର ଭିତରୁ ଦିନରେ ସୂର୍ଯ୍ୟ , ରାତିରେ ଜହ୍ନ ଦେଖା ଯାଉଛି । ଆଉ ଏମିତି ଘରେ ୨ବର୍ଷ ହେଲା ରହି ଆସୁଛନ୍ତି ବସନ୍ତ ମୁଣ୍ଡାଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବ |

ଗତ ୨ବର୍ଷ ହେବ ଏପରି ଭାଗ୍ୟକୁ ଆଦରି ଖରା , ବର୍ଷା  ଓ ଶୀତ କାକରରେ ଅତି ଦୟନୀୟ ଅବସ୍ତାରେ ପଡି ରହିଛନ୍ତି ପାଞ୍ଚପ୍ରାଣୀ କୁଟୁମ୍ବ । ଘର ଖଣ୍ଡେ ପାଇଁ ଲୋକପ୍ରତିନିଧିଙ୍କ ଠାରୁ ପ୍ରଶାସନ ଯାଏ ଜଣାଇ ନୟାନ୍ତ ହେଲେଣି ବସନ୍ତ ମୁଣ୍ଡାଙ୍କ ପରିବାର ।ଦିନ ମଜୁରିଆ ଭାବେ ଉଭୟ ସ୍ୱାମୀ ସ୍ତ୍ରୀ କାମ କରି ପରିବାର ପ୍ରତି ପୋଷଣ କରନ୍ତି ।ଦୁଇଓଳି ଖାଦ୍ୟ ଯୋଗାଡ କରିବାକୁ ସକ୍ଷମ ନ ଥିବା ପରିବାର ଘର ଖଣ୍ଡେ କରିବା କାଠିକର ପାଠ ହୋଇଯାଇଛି। ୨ ବର୍ଷ ତଳେ ବର୍ଷା ରେ ୨ବଖରା ମାଟି ଘର ଭାଙ୍ଗି ମାଟିରେ ମିଶି ଯାଇଥିଲା । ସମ୍ବଳ ଅଭାବରୁ ସେବେଠାରୁ ଘର ଖଣ୍ଡେ କରି ପାରୁନାହାଁନ୍ତି । ଲୋକଙ୍କଠାରୁ ପାଲ ଖଣ୍ଡେ ଯୋଗାଡ କରି ବାଡ ଦେଇ ଖୋଲା ଆକାଶ ତଳେ ପଡି ରହିଛନ୍ତି ୫ ପ୍ରାଣୀ କୁଟୁମ୍ବ ।ଏ ସମ୍ପର୍କରେ ଅବଗତ ହେବା ପରେ ଉପଜିଲ୍ଲାପାଳ ବସନ୍ତ ମୁଣ୍ଡାଙ୍କ ପରିବାରକୁ ସାହାଯ୍ୟ ଯୋଗାଇ ଦେବାକୁ ସାହାରପଡ଼ା ବିଡିଓଙ୍କୁ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos