Advertisment

ବଜ୍ରାଘାତରେ ଚାଲିଗଲା ୩୦ ଗୋରୁ ଓ ୩୫ ମେଣ୍ଢା ମୃତ

କେନ୍ଦୁଝର/ ତେଲକୋଇ (ଓଡ଼ିଶା ରିପୋର୍ଟର): ବଜ୍ରାଘାତରେ ଚାଲିଗଲା ଏକାଧିକ ଗାଈଗୋରୁ ଓ ମେଣ୍ଢାଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ବାଂଶପାଳ ତହସିଲ ଅଧୀନସ୍ଥ ତଳ କାଦକଳା ଗ୍ରାମରେ ଘଟିଛି ଏଭଳି ଅଘଟଣ। ଏକ ଗୋରୁ ଗୋଠ ଉପରେ ବଜ୍ରପାତ ହେବାରୁ ୩୦ରୁ ଊର୍ଦ୍ଧ୍ୱ ଗାଈଗୋରୁ ଓ ୩୫ଟି ମେଣ୍ଢାଙ୍କର ମୃତୁ ହୋଇଛି । ତେବେ ଅଳ୍ପକେ ଗୋରୁ ଚରାଉଥିବା ବାପ ପୁଅ ବର୍ତ୍ତିଯାଇଛନ୍ତି । ତଳ କାଦକଳା ଗୋପାଳ ସାହିର ସବୁ ଗୋରୁ ଓ ମେଣ୍ଢାଙ୍କୁ ସେହି ଗାଁର […]

author-image
Ranjit Kumar Jena
ବଜ୍ରାଘାତରେ ଚାଲିଗଲା ୩୦ ଗୋରୁ ଓ ୩୫ ମେଣ୍ଢା ମୃତ

cattle

କେନ୍ଦୁଝର/ ତେଲକୋଇ (ଓଡ଼ିଶା ରିପୋର୍ଟର): ବଜ୍ରାଘାତରେ ଚାଲିଗଲା ଏକାଧିକ ଗାଈଗୋରୁ ଓ ମେଣ୍ଢାଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ବାଂଶପାଳ ତହସିଲ ଅଧୀନସ୍ଥ ତଳ କାଦକଳା ଗ୍ରାମରେ ଘଟିଛି ଏଭଳି ଅଘଟଣ। ଏକ ଗୋରୁ ଗୋଠ ଉପରେ ବଜ୍ରପାତ ହେବାରୁ ୩୦ରୁ ଊର୍ଦ୍ଧ୍ୱ ଗାଈଗୋରୁ ଓ ୩୫ଟି ମେଣ୍ଢାଙ୍କର ମୃତୁ ହୋଇଛି । ତେବେ ଅଳ୍ପକେ ଗୋରୁ ଚରାଉଥିବା ବାପ ପୁଅ ବର୍ତ୍ତିଯାଇଛନ୍ତି ।

Advertisment

ତଳ କାଦକଳା ଗୋପାଳ ସାହିର ସବୁ ଗୋରୁ ଓ ମେଣ୍ଢାଙ୍କୁ ସେହି ଗାଁର ଜନୁ ଦେହୁରୀ ଓ ତାଙ୍କ ପୁଅ ଆନନ୍ଦ ଦେହୁରୀ ହାଇସ୍କୁଲ ପଛ ପାଖରେ ଚରାଉଥିଲେ । ହଠାତ୍ ବର୍ଷା ଆସିବାରୁ ଗୋରୁ ଓ ମେଣ୍ଢା ପଲଙ୍କୁ ଗଛ ମୂଳରେ ଗୋଠ କରୁଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ୩୦ରୁ ଊର୍ଦ୍ଧ୍ୱ ଗୋରୁ ଓ ୩୫ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା।

ତେବେ ଗଛ ପାଖରୁ ଦୂରରେ ଥିବାରୁ ଗୋରୁ ଚାରାଳି ଦୁଇ ବାପ ପୁଅ ବଞ୍ଚି ଯାଇଥିଲେ। ଘଟଣାକୁ ନେଇ ଗୋପାଳ ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଥିଲେ।

Advertisment

ସେହିପରି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନହବେଡ଼ାର କାଞ୍ଚିପାଣିରେ ବଜ୍ରାଘାତରେ ବାପା ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛି। ବିଲରୁ କାମ ସାରି ଆସିବା ବେଳେ ବଜ୍ରାଘାତ ହୋଇଥିଲା। ସେଠାକାର ପଦ୍ମକେଶରପୁରରେ ୪ ଗୋରୁଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି।