Advertisment

ମାତିଲେ ମହିଳା, ଭାଙ୍ଗିଦେଲେ ସରକାରୀ ମଦ ଦୋକାନ

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହାଟପଦା ଠାରେ ଥିବା ସରକାରୀ ମଦ ଦୋକାନକୁ ଭାଙ୍ଗିଲେ ଶତାଧିକ ମହିଳା। ମଦ ଦୋକାନକୁ ଭାଙ୍ଗିବା ସହିତ ଦୋକାନରେ ଥିବା ସବୁ ମଦ ଗୁଡ଼ିକୁ ବୋହି ଏକ ପଡିଆରେ ରଖିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରୁଛି। ସୂଚନା ଅନୁଯାଇ ବାଂଶପାଳ ବ୍ଲକରେ ଭୂୟାଁ ସମାଜ ତରଫରୁ ମଦବିରୋଧୀ ଆନ୍ଦୋଳନ ଜାରି ରହିଛି। ଗତ ଗୁରୁବାର ଦିନ ବାଂଶପାଳ ସାପ୍ତାହିକ […]

ଅଦ୍ୟତନ ହୋଇଛି
ମାତିଲେ ମହିଳା, ଭାଙ୍ଗିଦେଲେ ସରକାରୀ ମଦ ଦୋକାନ

telkoi

Advertisment

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହାଟପଦା ଠାରେ ଥିବା ସରକାରୀ ମଦ ଦୋକାନକୁ ଭାଙ୍ଗିଲେ ଶତାଧିକ ମହିଳା। ମଦ ଦୋକାନକୁ ଭାଙ୍ଗିବା ସହିତ ଦୋକାନରେ ଥିବା ସବୁ ମଦ ଗୁଡ଼ିକୁ ବୋହି ଏକ ପଡିଆରେ ରଖିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରୁଛି।

Advertisment

ସୂଚନା ଅନୁଯାଇ ବାଂଶପାଳ ବ୍ଲକରେ ଭୂୟାଁ ସମାଜ ତରଫରୁ ମଦବିରୋଧୀ ଆନ୍ଦୋଳନ ଜାରି ରହିଛି। ଗତ ଗୁରୁବାର ଦିନ ବାଂଶପାଳ ସାପ୍ତାହିକ ହାଟରେ ବିକ୍ରି ହେଉଥିବା ହାଣ୍ଡିଆ ଓ ଦେଶୀ ମଦ ବିକ୍ରୀକୁ ମହିଳା ମାନେ ବନ୍ଦ କରିଥିଲେ। ଏହାସହ ହାତତୋଟା ପାଖରେ ଥିବା ବିଦେଶୀ ମଦ ଦୋକାନକୁ ସାପ୍ତାହିକ ହାଟ ଦିନ ବିକ୍ରି ନକରିବା ପାଇଁ କହିଥିଲେ।

ହେଲେ ଆଜି ସାପ୍ତାହିକ ହାଟ ଦିନ ମଧ୍ୟ ବିଦେଶୀ ମଦ ଦୋକାନ ଖୋଲା ଥାଇ ମଦ ବିକ୍ରି ହେଉଥିବା ମହିଳାମାନେ ଦେଖିବାକୁ ପାଇଲେ। ଯାହା ମଦ ବିରୋଧୀ ଆନ୍ଦୋଳନ କରୁଥିବା ଶହ ଶହ ମହିଳା ଉତକ୍ଷୀପ୍ତ ହୋଇ ମଦ ଦୋକାନକୁ ଭାଙ୍ଗି ଦୋକାନରେ ଥିବା ସବୁ ମଦକୁ ବୋହି ନେଇ ଏକ ପଡିଆରେ ରଖିଛନ୍ତି।

Advertisment

ବିରୋଧ କରୁଥିବା ଜଣେ ମହିଳା କହିଛନ୍ତି ଯେ ମଦ ବିରୋଧରେ ଆମେ ଗାଁ ଗାଁ ବୁଲି ରାଲି କରୁଛୁ। ଗାଁରେ ଯେଉଁ ମଦ ଓ ମହୁଲୀ ତିଆରି ହେଉଛି, ତାକୁ ଆମେ ଖୁବ୍ ବିରୋଧ କରୁଛୁ। ମଦ ପିଇ ମୋ ପୁଅ ଓ ସ୍ୱାମୀ ଆମ ସହ ଝଗଡ଼ା ଓ ମାରପିଟ୍ କରୁଛନ୍ତି। ଯେଉଁକାରଣରୁ ଘରେ ବହୁତ ଅଶାନ୍ତି ହେଉଛି। ଏପରିକି ଝିଅମାନଙ୍କୁ ଦୁଷ୍କର୍ମ କରି ରାସ୍ତା କଡ଼ରେ ଫୋପାଡ଼ି ଦେଉଛନ୍ତି। ଏହା ବିରୋଧରେ ପୁଲିସ୍ କୌଣସି ପଦକ୍ଷେପ ନେଉନାହାନ୍ତି। ଯେ ପର୍ଯ୍ୟନ୍ତ ଆମ ସମସ୍ୟାର ସମାଧାନ ନହୋଇଛି, ଆମର ଆନ୍ଦୋଳନ ଜାରି ରହିବ। ତା’ଛଡ଼ା ଯଦି କୌଣସି ସମାଧାନ ନହୁଏ, ତାହେଲେ ଆମେ ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟ ଯିବା ନେଇ ମହିଳା ଜଣକ ଧମକ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe