Advertisment

ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ

ଆଜି ସେ ଘରୁ ନିଜ ଗ୍ରାହକ ସେବା କେନ୍ଦ୍ରକୁ ଏକ ସ୍କୁଟିରେ ଯାଉଥିଲେ। ତେବେ ଜାତୀୟ ରାଜପଥର ଜଗମୋହନପୁର ହନୁମାନ ବାଟିକା ପାଖରେ ଦୁଇଟି ବାଇକ୍‌ରେ ୪ ଜଣ ଯୁବକ ଆସି ତାଙ୍କୁ ଅଟକାଇ ଥିଲେ।

author-image
Manoranjan Sial
Loot

Loot

କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥରେ ହୋଇଛି ଲୁଟ୍‌। ବନ୍ଧୁକ ଓ ଭୁଜାଲି ଦେଖାଇ ୪ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଟଙ୍କା, ମୋବାଇଲ୍‌ ଓ ଲାପଟପ୍‌ ଲୁଟି ନେଲେ। ଏନେଇ ଅଭିଯୋଗ ହେବା ପରେ ତେଲକୋଇ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Advertisment

ବିଞ୍ଝବାହାଳ ଗାଁର ସନ୍ଦୀପ ସାହୁ ଜଗମୋହନପୁର ଛକରେ ଏକ ଗ୍ରାହକ ସେବାକେନ୍ଦ୍ର ଖୋଲିଛନ୍ତି। ଆଜି ସେ ଘରୁ ନିଜ ଗ୍ରାହକ ସେବା କେନ୍ଦ୍ରକୁ ଏକ ସ୍କୁଟିରେ ଯାଉଥିଲେ। ତେବେ ଜାତୀୟ ରାଜପଥର ଜଗମୋହନପୁର ହନୁମାନ ବାଟିକା ପାଖରେ ଦୁଇଟି ବାଇକ୍‌ରେ ୪ ଜଣ ଯୁବକ ଆସି ତାଙ୍କୁ ଅଟକାଇ ଥିଲେ। ସେମାନଙ୍କ ଭିତରୁ ଜଣେ ସନ୍ଦୀପଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲା। ଅନ୍ୟ ଜଣେ ତାଙ୍କ ବେକରେ ଭୁଜାଲି ଲଗାଇ ଦେଇଥିଲା। ପରେ ସନ୍ଦିଗ୍ଧମାନେ ସନ୍ଦୀପଙ୍କଠାରୁ ଲାପଟପ, ନଗଦ ୭୦ ହଜାର ଟଙ୍କା, ମୋବାଇଲ ଓ ସେ ପିନ୍ଧି ଥିବା ସୁନା ଚେନ ଛଡାଇ ନେଇଯାଇଥିଲେ। କିଛି ଦୂର ଯିବା ପରେ ମୋବାଇଲକୁ ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ।

ସନ୍ଦୀପ ଏନେଇ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ଅଭଯୁକ୍ତଙ୍କ ପତ୍ତା ପାଇନାହିଁ।

Advertisment

ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ

Keonjhar Crime Story